କୋରାପୁଟ ୨୪-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବା ପଂଚାୟତର ସାତସେମିଳିଠାରେ ୫ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ବାଲିଘର ଉଦଘାଟିତ ହୋଇଯାଇଛି ।ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି ଉତ୍ସବରେ ପୂର୍ବତନ ଅଧ୍ୟକ୍ଷ ଗୋପାଳକୃଷ୍ଣ ବେବର୍ତା ,ଜଗନ୍ନାଥ ପାଙ୍ଗୀ ,ଭଗବାନ ପେଟିଆ ,କାଶୀନାଥ ଗୋଲରୀ ,ଏସ.କେ.ନୂର ଓ ଅନ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।ଆଦିବାସୀମାନଙ୍କ ପୁଷ ପରବର ପାଳନ ଅବସରରେ ସାତସେମିଳିରେ ବାଲିଯାତ୍ରା ଆରମ୍ଭ ହୋଇଛି ।ଫସଲ ଅମଳ ଶେଷ ହେବା ପରେ ଆଗାମୀ ଖରିଫ ଚାଷ ନିମନ୍ତେ ପ୍ରସ୍ତୁତି ହେବା ପୂର୍ବରୁ ଏହି ପରବ ନିଜ ଗ୍ରାମରେ ଥିବା ହୁଣ୍ଡିରୁ ଆରମ୍ଭ କରାଯାଏ ।କିଛି ନୂଆ ଧାନକୁ ଗଜା କରାଯାଇ ଏହାର ଗଜାକୁ ଫୁଲ ଆକାରରେ ହୁଣ୍ଡିରେ ଚଢା୍ାଇ ହୁଣ୍ଡି ଦେବତାଙ୍କ ଆର୍ଶିବାଦ ନିଆଯାଇଥାଏ ।ଧାନଗଜା ଫୁଲକୁ ସମସ୍ତେ ପରିଧାନ ପରିଧାନ କରି ଗ୍ରାମରେ ନାଚଗୀତର ଆସର ଜମେ ଏହି ଅବସରରେ ବିଧାୟକ ନିଜେ ବାଜା ବଜାଇ ବାଲିଯାତ୍ରାରେ ଗ୍ରାମବାସୀଙ୍କ ସହ ସାମିଲ ହୋଇ ନାଚିଥିବା ନ୍ଦେଖିବାକୁ ମିଳିଥିଲା ।