Home କୋରାପୁଟ ବି.ଘର୍ଟଲା ଗ୍ରାମରେ ଧାନ ମିଲ ଉଦଘାଟିତ

ବି.ଘର୍ଟଲା ଗ୍ରାମରେ ଧାନ ମିଲ ଉଦଘାଟିତ

24

କୋରାପୁଟ ; ତା୨୪-୦୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ ଅନ୍ତର୍ଗତ ବବେୟା ପଂଚାୟତର ବି.ଘର୍ଟଲା ଗ୍ରାମରେ ଏକ ଧାନ ମିଲ ଉଦଘାଟିତ ହୋଇଯାଇଛି ।ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଧାନ ମିଲକୁ ଉଦଘାଟନ କରିଥିଲେ ।ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ,ସିଓା ଭୁବନେଶ୍ୱର ବୈଜ୍ଞାନିକ ଡ.ଅରୁଣ କୁମାର ପଣ୍ଡା ,ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର  ପ୍ରଦୀପ ସେଠୀ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ପ୍ରଗତି ସଂପାଦକ ପ୍ରଭାକର ଅଧିକାରୀ ଯୋଗଦେଇ ପରିଚାଳନା କରିଥିବା ବେଳେ ଚିତ୍ରଦୋରା କଂପାନୀର ସଦସ୍ୟାମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.