Home କେନ୍ଦୁଝର ଓରାଳି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଓରାଳି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

51

ହାଟଡ଼ିହି, ୬ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଓରାଳି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୁଶ ଡାକ୍ତର ଆଶ୍ରୁଶ୍ରୀ ପଟ୍ଟନାୟକଙ୍କ ସଂଯୋଜନାରେ ଓ ଫାର୍ମାସିଷ୍ଟ ନିର୍ମଳ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ରଶ୍ମୀତା ଦାସ, ସତ୍ୟଭାମା ନାୟକ, ରତିକାନ୍ତ ପଣ୍ଡା, କର୍ମଚାରୀ ନବୀନ ଚନ୍ଦ୍ର ମାଝୀ, ଚିନ୍ତାମଣୀ ଘଡେଇ ପ୍ରମୁଖ ଉପସ୍ଥିତ ରହି ଡାକ୍ତରଖାନା ପରିସରକୁ ସଫେଇ କରିବା ସହ ‘ସ୍ୱଚ୍ଛତା ହିଁ ସେବା’ ସମ୍ପର୍କରେ ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ । ସମସ୍ତେ ଆଗ ନିଜ ନିଜର ଘର ଓ ଏହାର ଚାରିପାଖକୁ ସଫା ସୁତରା ରଖିଲେ ଯାଇ ପରିବେଶ ସ୍ୱଚ୍ଛ ରହିବ ବୋଲି ଡାକ୍ତର ଓ ଫାର୍ମାସିଷ୍ଟ ଲୋକମାନଙ୍କୁ ବୁଝାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.