Home ଜିଲ୍ଲା ପରିକ୍ରମା ଡ. ଆମ୍ବେଦକରଙ୍କ ମହାପରୀନିର୍ବାଣ ଦିବସ ପାଳିତ

ଡ. ଆମ୍ବେଦକରଙ୍କ ମହାପରୀନିର୍ବାଣ ଦିବସ ପାଳିତ

17

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେମ ଭିମ ରାଓ ଆମ୍ବେଦକରଙ୍କ ୬୪ତମ ମହାପରୀନିର୍ବାଣ ଦିବସ ଭଦ୍ରକ ଜୀବନ ବୀମା ନିଗମ କାର୍ଯ୍ୟାଳୟ ପରିସରରେ ନିଗମର ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ଏବଂ ଅନ୍ୟ କର୍ମଚାରୀମାନେ ମିଳିତ ଭାବେ ପାଳନ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ କାର୍ତ୍ତିକ କୁମାର ଦାସ ସଭାପତିତ୍ୱ କରିଥିଲେ । ଏଲ୍‌ଆଇସି ଭଦ୍ରକ ଶାଖାର ଡେଭେଲପ୍‌ମେଣ୍ଟ ଅଧିକାରୀ ମନୋଜ କୁମାର ଜେନା ସଭା ପରିଚାଳନା କରିଥିଲେ । ସଭାରେ ଉପସ୍ଥିତ ଅତିଥିମାନେ ବାବା ସାହେବଙ୍କ ଜୀବନ, ସାମାଜିକ ନ୍ୟାୟ, ସମ୍ବିଧାନ ସୁରକ୍ଷା ନିମିତ୍ତ ଚିନ୍ତାଧାରର ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ସମାଜରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହୋଇ ଆସୁଥିବା ସାମାଜିକ ଶୋଷଣରୁ ଜାତିକୁ ରକ୍ଷା କରିବା ନିମିତ୍ତ ଆବଶ୍ୟକ ଥିବା ପଦକ୍ଷେପ ସମ୍ପର୍କରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ଦାସ, ଲଲାଟେନ୍ଦୁ ମଲ୍ଲିକ, ଅମିୟ ମଲ୍ଳିକ, କାହ୍ନୁ ଚରଣ ମଲ୍ଲିକ, ବିଶ୍ୱନାଥ ଜେନା, ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.