ମାଲକାନଗିରି,୧ା୧୧(ଓଡିଆ ପୁଅ ) ପ୍ରଥମେ ସ୍ତ୍ରୀ ମାନଶିକ ବିକଳାଙ୍ଗ ହେବାପରେ ଦୁଇଝିଅ ଧିରେ ଧିରେ ଭିନ୍ନକ୍ଷମ ହୋଇ ପଡିଥିବାରୁ ଗରିବ ବାପା ଦୁଇଝିଅଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦ କରିଛନ୍ତି । ଏହି ପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ନାୟକଗୁଡା ଆଦିବାସୀ ଗ୍ରାମରେ ସେହି ଗ୍ରାମର କାର୍ତିକ ମାଟମ ଜଣେ ଗରିବ ଆଦିବାସୀ, ସେ ମିସ୍ତ୍ରୀକାମକରି ବହୁକଷ୍ଟରେ ନିଜପରିବାର ପ୍ରତି ପୋଷଣକରନ୍ତି, ଗତ କିଛି ବର୍ଷତଳେ ତାଙ୍କ ପତ୍ନୀ ସୁମିତ୍ରା ରୋଗରେ ପଡି ସେ ମାନଶିକ ବିକଳାଙ୍ଗ ହୋଇଗଲେ । ତାଙ୍କୁ ଭଲକରିବା ପାଇଁ ଘରେ ଯାହା ଟଙ୍କା ପଇସା ଧାନଚାଉଳ, ଗାଇ ଗୋରୁ ଥିଲା ସବୁ ବିକ୍ରୀ କରିଦେଲେ । ପତ୍ନୀ କିଛି ମାତ୍ରାରେ ଭଲ ହେବା ପରେ ଗତ କିଛି ମାସହେଲା ଦୁଇଝିଇ ଙ୍କୁ କେଉଁ ଅଜଣା ରୋଗ ହେଲା ଯେ ସେମାନଙ୍କ ଗୋଡ ହାତ ଧିରେ ଧିରେ ଅକାମି ହୋଇ ବିକଳାଙ୍ଗା ଅବସ୍ଥା ହୋଇଗଲା । ଏବେ ଦୁଇଝିଅ ଭିନ କ୍ଷମ ହୋଇ ଘରେ ବସିଛନ୍ତି । ସେମାନଙ୍କ ଚିକିତ୍ସା କରିବା ପାଇ କାର୍ତିକଙ୍କ ନିକଟରେ ଅର୍ଥନାହିଁ । ଦିନକୁ ଦିନ ଦୁଇ ପାଠପଢୁଆ ଝିଅ ରଜିଂତାମାଟମ(୧୮) ଓ ପଦ୍ମା ମାଟମ(୧୬) ବିକଳାଙ୍ଗ ହୋଇ ଘରେ ବସିଛନ୍ତି । ଗତ ବର୍ଷ ରଜିଂତା ମାଟ୍ରୀକ ପରୀକ୍ଷା ଦେଇ ଥାନ୍ତେ ସେ ସମୟରେ ରଜିଂତାଙ୍କୁ କେଉଁ ଅଜଣା ରୋଗ ମାଡିବସିଲା ତାଙ୍କ ସମସ୍ତ ଅଙ୍ଗଗୁଡିକ ଅଚଳ ହୋଇ ସେ ଚାଲିବୁଲି ପିରେଲେ ନାହିଁ । ଠିକ ସେହିପରି ତାର କିଛି ମାସତଳେ ସାନଭଉଣୀ ପଦ୍ମାଙ୍କ ହାତ ଗୋଡ ସବୁ ଫୁଲିବାକୁ ଲାଗିଲା ସେ ମଧ୍ୟ ବିକଳାଙ୍ଗ ହୋଇଗଲେ . ଦୁଇ ଭଉଣୀଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲା । ଦୁଇ ଝିଅଙ୍କୁ ଭଲକରିବା ପାଇଁ କାର୍ତିକ ବିଭିନ୍ନ ଆଡୁ ଧାର କରଜ କରି ହସପିଟାଲକୁ ନେଲେ ହେଲେ ସେମାନେ ଭଲ ହୋଇ ନପାରିବାରୁ ଡାକ୍ତର ମାନେ କହିଲେ ବଡ ହସପିଟାଲକୁ ନେଇ ଚିକିତ୍ସା କରିବା କୁ ପାଖରେ ଟଙ୍କା ନଥିବାରୁ ଘରେ ପଡିରହି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଦୁଇଭଉଣୀ । ଏହା ଦେଖି ବାପା ଓ ମା ଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଦୁଇ ଝିଅଙ୍କ ଚିକିତ୍ସା ପାଇଁ କାର୍ତିକ ଓ ତାଙ୍କ ପତ୍ନୀ ସୁମିତ୍ରା ଜିଲ୍ଲାପ୍ରଶାସନ ନିକଟରେ ଆକୁଳନିବେଦନ କ