Home ଓଡ଼ିଶା ଜିଲ୍ଲା ପୋଲିସ ପ୍ରଶାସନର ଅପରେସନ କ୍ଲିନ କ୍ରିମିନାଲ ଆରମ୍ଭ କଲା ପୋଲିସ

ଜିଲ୍ଲା ପୋଲିସ ପ୍ରଶାସନର ଅପରେସନ କ୍ଲିନ କ୍ରିମିନାଲ ଆରମ୍ଭ କଲା ପୋଲିସ

71

ବଲାଙ୍ଗୀର, ୦୨-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ପୋଲିସର ଗୋଟିଏ ପରେ ଗୋଟିଏ ଲୁଟ, ଗୁଣ୍ଡାଗର୍ଦ୍ଦି ମାମଲାର ପର୍ଦ୍ଦାଫାସ କରିବା ସହ, ଏବେ ପୁଣି ଏକ ନୂଆଁ ଷ୍ଟିଙ୍ଗ ଅପରେସନ ଆରମ୍ଭ କରିଥିବା ସୂଚନା ଦେଇଛି ବଲାଙ୍ଗୀର ପୋଲିସ। ଅପରେସନ କ୍ଲିନ୍ କ୍ରିମିନାଲ ନାମରେ ଉକ୍ତ ଅଭିଯାନ ଆରମ୍ଭ କରିଥିବା ସୂଚନା ପ୍ରଦାନ କରାଯାଇଛି। ଏଥର ବେଆଇନ କାରବାର କରୁଥିବା ବ୍ୟକ୍ତିଙ୍କୁ ପୋଲିସର ଟାର୍ଗେଟ। ବେଆଇନ ନିଶା ବ୍ୟବସାୟରୁ ନେଇ ସଟ୍ଟା ବଜାର, ସବୁଠି ପୋଲିସର ଚଢଉ। ବେଆଇନ ବ୍ୟବସାୟୀଙ୍କ ନିଦ ହଜାଇ ଦେଲାଣି ପୋଲିସ। ସାରା ଜିଲ୍ଲାରେ ଏବେ ପୋଲିସ ଛାପା ମାରୁଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଛି ଅପରେସନ। ହେଲେ ପୁରୁଣା ଖେଳୁଆଡ ସବୁ ଖସିବାରେ ସଫଳ ହେଉଛନ୍ତି।

ବଲାଙ୍ଗୀର ଟାଉନଥାନା ପୋଲିସ ଗତ ତିନି ଦିନ ହେଲା ଲଗାତାର ଚଢ଼ଉ ଜାରି ରଖିଛି। ମିଳିଥିବା ସୂଚନା ମୁତାବକ, ବରପାଲିପଡା, ଲାଲଟିକ୍ରା, ସାଗରପଡା, ତୁଲସିନଗର ଅଂଚଳରୁ ବେଆଇନ ମଦ ବେପାରୀଙ୍କ ଉପରେ ଚଢଉ କରିଛି ପୋଲିସ। ୬ଟି ମାମଲା ବି ରୁଜୁ କରିଛି। ସେହିପରି ସଟ୍ଟା କାରବାର ଚଲାଇଥିବା ଲୋକଙ୍କୁ ବି ପୋଲିସ ଟାର୍ଗେଟ କରିଛି। ଜଣେ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ସଟ୍ଟା କାରବାର ସବୁ କେମିତି ଚାଲିଛି ତାହାର ତଥ୍ୟ ପୋଲିସ ବାହାର କଲାଣି। ବିଜୟ ବାରିକ ଓ ପ୍ରଦୀପ ସ୍ୱାଇଁ ନାମକ ଦୁଇ ଜଣ ଯୁବକକୁ ପୋଲିସ ଗିରଫ କରିଥିବା ଓ ୩ଟି ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ତେବେ ବର୍ତ୍ତମାନ ଅନଲାଇନରେ ଚାଲିଛି ସଟ୍ଟା ବଜାର।

ପୁରୁଣା ଖେଳୁଆଡ ସବୁ ଅନଲାଇନ କାରବାର କରୁଥିବା ପୋଲିସ କହିଛି। ସଟ୍ଟା ଡନ ଆନ୍ଥୋନୀ, ଗଜିନଙ୍କ କାରବାର ଉପରେ ବି ପୋଲିସ ନଜର ରଖିଛି। ଅନ୍ୟପଟେ ସଟ୍ଟା କାରବାରକୁ ନୂଆଁ କିଛି ଗୋଷ୍ଠୀ ଏବେ ଆସିଥିବା ପୋଲିସ ସୂଚନା ଦେଇଛି। ହାଇଟେକ ଷ୍ଟାଇଲ ତଥା ମୋବାଇଲ ଯୋଗେ ବର୍ତ୍ତମାନ ସଟ୍ଟା କାରବାର ପରିଚାଳିତ ହେଉଛି। ହ୍ୱାଟସଆପ ଏବେ ସଟ୍ଟା ଡନକୁ ବେଶ ସହାୟକ ହେଉଛି। ପୂର୍ବଭଳି ଚିରକୁଟ ଆଉ ନାହିଁ। ବର୍ତ୍ତମାନ ହ୍ୱାଟସଆପ, ଫୋନ ପେ ଆଦିରେ ଟଙ୍କା ଟ୍ରାନଜେକ୍ସନ ଓ ନମ୍ବର ଦିଆନିଆ ଚାଲିଛି। ତଥାପି ନୂଆଁ ଏହି ଲାଇନକୁ ଆସିଥିବା ଯୁବକମାନେ କିଛି ସ୍ଥାନରେ ଲୋକ ରଖି ସଟ୍ଟା ନମ୍ବର ଲେଖାଉଛନ୍ତି। ସବୁ ସଟ୍ଟା ଡନକୁ ଗିରଫ କରିବାକୁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରିଥିବା ସୂଚନା ମିଳିଛି। ଏହାସହ ଗୁଟଖା କାରବାର ଉପରେ ବି ପୋଲିସ ଚଢଉ ଜାରି ରଖିଛି। ଯୁବଗୋଷ୍ଠୀଙ୍କୁ ଏବେ କଫ ସିରପ ଓ ଟ୍ୟାବ୍‌ଲେଟ୍‌ନିଶା ବାୟା କରିଛି। ମୋଟାମୋଟି ଅପରେସନ କ୍ଲିନ ପରେ ଏବେ ବେଆଇନ ନିଶା କାରବାର ଓ ବେଆଇନ ସଟ୍ଟା କାରବାର ଉପରେ ପୋଲିସ ରୋକ ଲଗାଇବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏ ନେଇ ଏସଡିପିଓ ଶ୍ରୀମନ୍ତ ବାରିକଙ୍କୁ ପଚରାଯିବାରୁ ବିଭିନ୍ନ ସ୍ଥାନରେ ବେଆଇନ କାରବାର ଉପରେ ଚଢଉ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.