Home ଜିଲ୍ଲା ପରିକ୍ରମା ବୈତରଣୀ ବନ୍ୟାରେ ୧୧୮ ପଞ୍ଚାୟତର ୧ ଲକ୍ଷ ୫୬ ହଜାର ୧୧୩ ଜଣ ପ୍ରଭାବିତ

ବୈତରଣୀ ବନ୍ୟାରେ ୧୧୮ ପଞ୍ଚାୟତର ୧ ଲକ୍ଷ ୫୬ ହଜାର ୧୧୩ ଜଣ ପ୍ରଭାବିତ

117

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର, ବନ୍ତ, ଚାନ୍ଦବାଲି, ତିହିଡି, ଧାମନଗର ଏନ୍‌ଏସି, ଭଦ୍ରକ ପୌରପାଳିକା, ଚାନ୍ଦବାଲି ଏନ୍‌ଏସି ଓ ବାସୁଦେବପୁର ପୌରପାଳିକାର ୧୧୮ଟି ପଞ୍ଚାୟତର ୧ଲକ୍ଷ ୫୬ ହଜାର ୧୧୩ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନର ପ୍ରାଥମିକ ଆକଳନରୁ ଜଣା ପଡିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀରେ ଦେଖା ଦେଇଥିବା ବନ୍ୟା ଦ୍ୱାରା ଜିଲ୍ଳାର ୭ଟି ବ୍ଲକ ଓ ୪ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି । ୧୨୦ରୁ ଉର୍ଦ୍ଧ୍ୱ ଗ୍ରାମ ବାହ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି । ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖା ଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ଏବଂ ଆବଶ୍ୟକ ସ୍ଥଳର ରିଲିଫ୍ ଯୋଗାଣ ହୋଇଛି । ଉଦ୍ଧାର କାର୍ଯ୍ୟରେ ଧାମନଗର ଓ ଭଣ୍ଡାରିପୋଖରୀ ଅଗ୍ନିଶମ ବିଭାଗ କର୍ମଚାରୀ, ଭଣ୍ଡାରିପୋଖରୀରେ ଏନ୍‌ଡିଆର୍‌ଏଫ୍ ଟିମ, ଧାମନଗରରେ ଓଡ୍ରାଫ୍ ଟିମ ନିୟୋଜିତ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ୨୩ଗୋଟି ବୋଟର ବ୍ୟବହାର ହେଉଛି । ଅନ୍ୟ ପକ୍ଷରେ ବନ୍ୟାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଟି ପଶୁ ସମ୍ପଦର ନିଧନ ହୋଇଛି । ପ୍ରାଥମିକ ଆକଳନରେ ୩୪ହଜାର ୮୭୬ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ବନ୍ୟାରେ ୧୪୫୪ଟି ଘର ଭାଙ୍ଗିଛି । ପ୍ରଶାସନ ପକ୍ଷରୁ ରିଲିଫ ଆକାରରେ ୫୦ କୁଇଣ୍ଟାଲ ଚୁଡା, ୫୦ କିଲୋ ଗୁଡ, ୫୦ କାର୍ଟୁନ ବିସ୍କୁଟ, ୫୦ କାର୍ଟୁନ ପାଣି ବୋତଲ ପ୍ରଦାନ କରାଯାଇଛି । ୧୦ ଟି ମେଡିକାଲ ଟିମ ରହି ପ୍ରଭାବିତ ଜନତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଜଣା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.