Home ଜିଲ୍ଲା ପରିକ୍ରମା ସବୁଜିମା ପାଇଁ ଚାରା ରୋପଣ

ସବୁଜିମା ପାଇଁ ଚାରା ରୋପଣ

89

ନୟାଗଡ଼, ୨୫ା୮: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପରିବେଶ ସୁରକ୍ଷା, ସହର ସବୁଜିମା ଓ ଜନସଚେତନତା ପାଇଁ ନୟାଗଡ଼ର ବିଭିନ୍ନ ସ୍ଥାନରେ ଚାରା ରୋପର କରାଯାଇଛି। ମା’ଫାଉଣ୍ଡେସନ ଆନୁକୂଲ୍ୟରେ ସହରକୁ ସହରକୁ ସବୁଜ ସୁନ୍ଦର କରିବା ପାଇଁ ନୟାଗଡ଼ କଲେଜ ରାସ୍ତାରେ ବିଭିନ୍ନୂ ପ୍ରକାର ଚାରା ରୋପଣ କରାଯାଇଥିଲା। ସମାଜସେବୀ ଅନାଥ ବନ୍ଧୁ ଦାମୋଦର ସାହୁ ଚାରା ରୋପଣର ଶୁଭାରମ୍ଭ କରିଥିଲାବେଳେ ଏଥିରେ ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଚାରା ରୋପଣ ଭଳି ଏକ ମହତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଂପାଦକ ରଂଜନ ରଶ୍ମୀ ଜେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବାଟୋଇମାନଙ୍କୁ ଗଛ ଲଗାଇବା ଉପରେ ଉପସ୍ଥିତ ବ୍ୟକ୍ତିମାନେ ସଚେତନତା କରିଥିଲେ ଏବଂ ଚାରା ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.