କୋରେଇ ୨୪/୮ (ଓଡ଼ିଆ ପୁଅ/ଭାସ୍କର ସାହୁ)ପାଣିକୋଇଲି ଥାନା ଏନ୍ ଏଚ୍ ୧୬ ର ଷଠିପୁର ଠାରେ ଥିବା ପରିଡା ଏଣ୍ଡ କମ୍ପାନୀରେ ଶ୍ରମିକ ଭାବେ କାମକରୁଥିବା ଏହି ଥାନା ଅନ୍ତର୍ଗତ ମୁଳାପାଳ ପଂଚାୟତ ସରସଦା ଗ୍ରାମର ଅଭିମନ୍ୟୁ ସାହୁଙ୍କ ପୁଅ ସନ୍ତୋଷ(୨୧) ସେଠାରୁ କାମ ସାରି ଆଜି ମଧ୍ୟାର୍ହ୍ନରେ ଘରକୁ ଫେରୁଥିବା ବେଳେ ଏନଏଚ୧୬ରେ ଏକ ହାଇବା ନଂ(ଓଡି୩୪ଏ୩୧୩୯) ପଛପଟୁ ଶକ୍ତ ଧକ୍କା ଦେଇଥିଲା। ସେଥିରେ ସେ ଗୁରୁତର ଆହାତ ହେଇଥିଲେ। ପାଣିକୋଇଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଆହାତ ସନ୍ତୋଷଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ହାଇବାକୁ ପୁଲିସ ଜବତ କରିଛି।








