Home କେନ୍ଦୁଝର ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର, ଭଙ୍ଗାଘରେ ଦିନ କାଟୁଛନ୍ତି ନରେନ୍ଦ୍ରଙ୍କ ପରିବାର

ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର, ଭଙ୍ଗାଘରେ ଦିନ କାଟୁଛନ୍ତି ନରେନ୍ଦ୍ରଙ୍କ ପରିବାର

123

ହାଟଡ଼ିହି, ୫ । ୭ : କେନ୍ଦୁଝର ଜିଲ୍ଲାରେ ବାସଗୃହ ଯୋଗାଇ ଦେବାକୁ ଯୋଜନା ପରେ ଯୋଜନା ମାନ ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ଆବସ, ବିଜୁ ପକ୍କାଘର ଭଳି ଯୋଜନାପରେ ପରେ ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠିରୁ ଖଣିକ୍ଷତିଗ୍ରସ୍ଥ ବିଜୁ ପକ୍କାଘର ମଧ୍ୟ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏଥିରେ ଶହଶହ ପ୍ରକୃତ ହିତାôଦକାରୀ ବାଦ ପଡିଥିବାବେଳେ ଅନେ କଅଯୋଗ୍ୟ ବ୍ୟକ୍ତି ଏହିସବୁ ଯୋଜନାକୁ ହାରତେଇ ନେଇଗଲେ । ଯାହାଦ୍ୱାରାକି ଏବେ ମଧ୍ୟ ଶହଶହ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇ ଭଙ୍ଗାଘରେ ଦିନ କାଟୁଛନ୍ତି । ତନ୍ମଧ୍ୟରୁ ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ବେରୁଣପଦି ଗ୍ରାମର ନରେନ୍ଦ୍ର ବିଶ୍ୱାଳ ଅନ୍ୟତମ । ସ୍ୱର୍ଗତ ଦେବେନ୍ଦ୍ର ବିଶ୍ୱାଳଙ୍କପୁଅ ନରେନ୍ଦ୍ର ଜଣେ ଗରିବ ଖଟିଖିଆ ଶ୍ରେଣୀର । ଦାରିଦୟ ସୀମାରେଖା ତଳେ ବାସକରୁଥିବା ନରେନ୍ଦ୍ର ଏକ ଭଙ୍ଗା ଚାଳଘରେ ପରିବାର ସହିତ ବାସ କରନ୍ତି । ଏମିତିକି ପ୍ରତିବର୍ଷ ଚାଳଘରକୁ ଛପର କରିବାକୁ ମଧ୍ୟ ସେ ସମର୍ଥ ନାହାନ୍ତି । ଏପରିସ୍ଥଳେ ସେ ଖଣିକ୍ଷତିଗ୍ରସ୍ଥ ବିଜୁପକ୍କାଘର ଖଣ୍ଡିଏ ପାଇବାଲାଗି ପଞ୍ଚାୟତ ଠାରୁ ଆରମ୍ଭକରି ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି । କିନ୍ତୁ ତାଙ୍କପ୍ରତି କାହାର ଶୁଭଦୃଷ୍ଟି ପଡିଲାନି । ଥିଲାବାଲା ଟଙ୍କା ଦେଇ ଦୁଇ ତିନୋଟି ଘର ହାତେଇ ନେଇଥିବାବେଳେ ତାଙ୍କ ଭଳିଆ ଗରିବଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ନରେନ୍ଦ୍ର ଅଭିଯୋଗ କରି କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତାଙ୍କୁ ତୁରନ୍ତ ବାସଗୃହ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ସେ ନିବେଦନ କରିଛନ୍ତି । ଶ୍ରେଣୀର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.