Home ଓଡ଼ିଶା ଗୁରୁପୂର୍ଣ୍ଣିମାରେ ଶ୍ରୀବଳଦେବଜୀଉଙ୍କ ବାଙ୍କଚୂଡ ବେଶ

ଗୁରୁପୂର୍ଣ୍ଣିମାରେ ଶ୍ରୀବଳଦେବଜୀଉଙ୍କ ବାଙ୍କଚୂଡ ବେଶ

127

କେନ୍ଦ୍ରାପଡା ୫/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ତୁଳସୀକ୍ଷେତ୍ରର ଆରାଧ୍ୟ ପଭୁ ଶ୍ରୀବଳଦେବଜୀଉ ବାଙ୍କଚୂଡ ବେଶରେ ଶୋଭାପାଉଛନ୍ତି। ଜୁଲାଇମାସ ପ୍ରଥମ ରବିବାରକୁ କରୋନା ଜନିତ ସଟଡାଉନ ଘୋଷଣା କରାଯାଇଥିବା ବେଳେ ପ୍ରଭୁ ଶ୍ରୀଜୀଉଙ୍କୁ ବାଙ୍କଚୂଡ ବେଶ କରାଯାଇଛି। ପ୍ରଭୁ ଶ୍ରୀଜୀଉଙ୍କ ଏହି ବାଙ୍କଚୂଡ ବେଶକୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିନଥିଲେ ମଧ୍ୟ ପ୍ରଭୁଙ୍କ ସେବାୟତମାନେ ଦର୍ଶନ କରିବାର ଶୈାଭାଗ୍ୟ ଲାଭ କରିଛନ୍ତି। ଶ୍ରୀଜୀଉଙ୍କ ମନ୍ଦିର ଭିତରେ ପ୍ରତିକାତ୍ମକ ବାହୁଡା ଯାତ୍ରା ଶେଷକରି ରତ୍ନ ସିଂହାସନକୁ ବିଜେ କରିବା ପରେ ଆଜି ଗୁରୁପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କୁ ବାଙ୍କଚୂଡ ବେଶରେ ସଜ୍ଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.