Home ଜାତୀୟ ନୂଆଦିଲ୍ଲୀରେ ପବିତ୍ର ଗୁରୁ ପୂର୍ଣିମା ଉତ୍ସବ

ନୂଆଦିଲ୍ଲୀରେ ପବିତ୍ର ଗୁରୁ ପୂର୍ଣିମା ଉତ୍ସବ

98

ନୂଆ ଦିଲ୍ଲୀ ୦୫/୦୭ (ଓଡ଼ିଆ ପୁଅ) ଆଜି ପବିତ୍ର ଗୁରୁ ପୂର୍ଣିମା ଉତ୍ସବ ନୂଆଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ପ୍ରବଳ ଆନନ୍ଦ ଉତ୍ସାହ, ଉଲାସ, ଉଦ୍ଦିପନା ମଧ୍ୟରେ ପାଳନ କରାଯାଇଥିବା ଜଣାଯାଇଛି। ଦିଲ୍ଲୀ, ଗୁଜୁରାଟ ନୋଏଡା, ସାହିବ ବାଦ, ଗାଜିଆ ବାଦ, ଫୈଜାବାଦ, ରେୱାଡ଼ି ଓ ବହାଦୁର ଗଞ୍ଜ ଆଦି ଇଲାକା ମାନଙ୍କରେ ଅବସ୍ଥିତ ଓଡ଼ିଆ ବସ୍ତି ମାନଙ୍କରେ ବଡ଼ି ଭୋରୁ ଶ୍ରଦ୍ଧାଳୁମାନେ ସେମାନଙ୍କର ପରିବାର ସହିତ ଜଗନ୍ନାଥ ଓ ଠାକୁର ଅଭିରାମଙ୍କର ମନ୍ଦିରମାନଙ୍କରେ ଯୋଗଦେଇ ପୂଜାର୍ଚ୍ଚନା ସତସଙ୍ଗ, ସହିତ ସେବା କାର୍ଯ୍ୟ କରୁଥିବା ଦେଖା ଯାଇଥିଲା। ଏହି ପୂଜା କାର୍ଯ୍ୟକ୍ରମରେ ସରକାରଙ୍କର ନିର୍ଦେଶ ମୁତାବକ ସାମାଜିକ ଦୂରତ୍ୱ ପାଳନ କରାଯାଇଛି।

ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାମଲ ଇ – ପତ୍ରିକା “ଅଭିରାମ ଆଲୋକ ” ଏବଂ www.shreeabhiramculturalcebter.comର ଉଦଘାଟନ କରିଛନ୍ତି।

ଟ୍ରଷ୍ଟ ତରଫରୁ ଉପାଧ୍ୟକ୍ଷ ଶ୍ରୀ ସର୍ବେଶ୍ୱର ସାହୁ, ଶ୍ରୀ ଦୁର୍ଗା ବିଶ୍ୱାଳ, ଦେବେନ୍ଦ୍ର ସେଜ୍ୱାଲ, ତ୍ରିଲୋଚନ ଜେନା, ସୁରିନ୍ଦର, ମାମଣ ରାମ ସାମାଜିକ ଦାଇତ୍ୱ ଓ ଜାଗରଣ କ୍ରମରେ କରୋନା ପ୍ରତିରୋଧକ ସାମଗ୍ରୀ ଫେସ ମାସ୍କ, ସାବୁନ, ଓ ସୁରକ୍ଷା ନିର୍ଦେଶାବଳୀ ସ୍ଥାନୀୟ ଲୋକଙ୍କୁ ବଣ୍ଟନ କରାଯାଇଥିଲା।

ସମାଜରେ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାର ତଥା ସୁସ୍ଥ ସମାଜର ଗଠନ ଉଦେଶ୍ୟରେ ଶ୍ରୀ ଶ୍ରୀ ଅଭିରାମ କଲ୍ଚରାଲ ସେଣ୍ଟର ଟ୍ରଷ୍ଟ ଗଠନ କରାଯାଇଛି ଓ ଏହାର ପ୍ରତେକ ସଦସ୍ୟ ଏଥିପାଇଁ ଦାଇତ୍ୱ ନିଷ୍ଠ। ଏହି ସଂସ୍ଥା ସମାଜର ହିତ ପାଇଁ ସମୟ ସମୟରେ ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ବିଗତ ଏକ ବର୍ଷରେ କାର୍ଯ୍ୟସୂଚୀ ମାଧ୍ୟମରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ପର୍ଯ୍ୟାବରଣ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବିରୋଧୀ ଅଭିଯାନ ମଧ୍ୟ ଆୟୋଜନ କରିଛନ୍ତି। ଶ୍ରୀ ଶ୍ରୀ ଅଭିରାମ କଲ୍ଚରାଲ ସେଣ୍ଟର ପ୍ରବାସୀ ଓଡିଆମାନଙ୍କୁ ଏକତ୍ରିତ କରି ଠାକୁରଙ୍କ ବାଣୀ ସମେତ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ପ୍ରସାର ରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ବଦ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.