ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୭-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ପ୍ରତିଦିନ ଶହ ଶହ ମିନିଟ୍ରକ୍ରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଜଣା ପଡିଛି । ପ୍ରଶାସନିକ କଳ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । କିନ୍ତୁ ସବୁଦେଖି ନିରବ ରହୁଥିବା ଜଣା ପଡିଛି । ସତେ ଯେପରି ପ୍ରଶାସନ ଓ ଚୋରା ମାଙ୍କଡା ପଥର ବେପାରୀଙ୍କର ମଧୁଚନ୍ଦ୍ରିକା ରହିଥିବା ଆଲୋଚନା ହେଉଛି ା ଗାଡି ଗୁଡିକ ଅତି ବେଗରେ ଯାତାୟତ କରିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଦୁର୍ଘଟଣା ଘଟିବା ସମୟରେ ଗାଡିକୁ ଅଟକ ରଖି ପୋଲିସ୍ ପ୍ରଶାସନ ନିଜର ବାହାଦୁର୍ ଦେଖାଉଛି ।
ସେହିଭଳି ଏକ ଘଟଣା ଘଟିଛି ଗତ ୧ ତାରିଖ ରାତି ୧୧ ଘଟିକା ସମୟରେ । ଜଗନ୍ନାଥ ସଡକର ମଙ୍ଗରାଜପୁର ନିକଟରେ ଏହି ମାଙ୍କଡା ପଥର ଚୋରା ଚାଲାଣ ଗାଡି ଦୁର୍ଘଟଣାରେ ଗୋଟିଏ ଗାଇର ମୃତ୍ୟୁ ଘଟିଥିବା ଜଣା ପଡିଛି । ପୋଲିସ୍ ଘଟଣା ସ୍ଥଲରେ ପହଁଚି ମୃତ ଗାଇର ଶବ ବ୍ୟବଛେଦ କରାଇବା ସହ ଙଜ ୧୩ ଉ ୬୫୦୦ ନମ୍ବର ବିଶିଷ୍ଟ ଗାଡିଟିକୁ ଜବତ ରଖିଥିବା ଜଣା ପଡିଛି । ଗାଡିର ମାଲିକ ରଣପୁର ଥାନା ଡମସାହି ଅଂଚଳର ବୋଲି ଜଣା ପଡିଛି ।