Home କନ୍ଧମାଳ ବାଇକ ଧକ୍କାରେ ଯୁବକ ଗୁରୁତର :ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

ବାଇକ ଧକ୍କାରେ ଯୁବକ ଗୁରୁତର :ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି

100

ବାଲିଗୁଡା, ୨/୭ – (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଜାର ଉପରେ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ ଧକ୍କାରେ ସିକରମାହା ଗାଁର ଅମିତ ମୁଠାମାଝୀ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଟୋରୁ ଓଲ୍ହାଇବା ସମୟରେ ବ୍ୟାଙ୍କ ପଟୁ ଆସୁଥିବା ହାତିମୁଣ୍ଡା ପଞ୍ଚାୟତର ଡମା ଗ୍ରାମର ମିଥୁରା ମୁଠାମାଝି ବାଇକ୍ ରେ ଆସୁଥିବା ସମୟରେ ଯୁବକଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଉଦ୍ଧାରକରି ତାଙ୍କୁ ବ୍ରାହ୍ମଣିଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଡକ୍ଟର ପ୍ରମୋଦ କୁମାର ସେଠି କହିଛନ୍ତି। ଏନେଇ ବ୍ରାହ୍ମଣୀଗାଁ ଥାନାରେ ୫୧/୨୦ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କହିଛି। ବ୍ରାହ୍ମଣୀ ଗାଁରେ ବସଷ୍ଟାଣ୍ଡ ନ ଥିବାରୁ ଯାତ୍ରୀବାହୀ ବସ ଓ ଯାନବାହାନ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଠିଆହୋଇ ରହୁଛି, ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟିହୋଇ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟି ଧନ ଜୀବନହାନୀ ଘଟୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.