ପାଟଣା ୨୧/୧ (ଓଡ଼ିଆ ପୁଅ/ସନ୍ତୋଷ ପତି) -କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅର୍ନ୍ତଗତ ତୁରୁମୁଙ୍ଗା କଲେଜ ସାହିର ପ୍ରଭାକର ସାହୁଙ୍କ ଘରୁ ଘରେ କେହି ନଥିବା ବେଳେ ଘରର ମୁଖ୍ୟ ଦ୍ୱାର ଚାବି ଭାଙ୍ଗି ଆଲମୀରା ରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୨୦ ହଜାର ଟଙ୍କା ଲୁଟିନେଇଛନ୍ତି ୩ ଦୁର୍ବୁତ୍ତ।
ମଙ୍ଗଳବାର ଦିନ ୨ ଟା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ଚାବି ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୁତ୍ତ। ଲୁଟ ମଧ୍ୟରେ ସୁନାର କାନଫୁଲ ୨ ଟା ଗୋଟିଏ ମଙ୍ଗଳ ସୂତ୍ର ଦୁଇଟି ମୁଦି ଓ ପାଉଁଞ୍ଜି ୨ହଳ ଥିବା ଅଭିଯୋଗ ହୋଇଛି।








