Home ଜିଲ୍ଲା ପରିକ୍ରମା ସେବାର ପ୍ରତୀକ ପ୍ରଜାପିତା ବ୍ରହ୍ମା

ସେବାର ପ୍ରତୀକ ପ୍ରଜାପିତା ବ୍ରହ୍ମା

338

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ରାମଚଣ୍ଡୀ ସାହି ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ୫୧ ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ହରିହର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଲେ ତ୍ୟାଗ ତପସ୍ୟା ଓ ସେବାର ପ୍ରତୀକ ହେଉଛନ୍ତି ପ୍ରଜାପିତା ବ୍ରହ୍ମାକୁମାରୀ।

ନାରୀ ଶଶକ୍ତି କରଣ ଓ ମାତୃଶକ୍ତିର ଉଦାନରେ ପ୍ରଜାପିତା ବ୍ରହ୍ମାଙ୍କ ଅବଦାନ ଅତୁଳନୀୟ ହୀରା ବ୍ୟବସାୟରୁ ଆତ୍ମାୁ  ସତ୍ୟ ହୀରାରେ ରୂପାନ୍ତରିତ କରିବାରେ ସେ ଥିଲେ ଅନନ୍ୟ ବିନ୍ଧାଣୀ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୂ, ମହନ୍ତ ମହାରାଜ ଡଃ ରାମଚରଣ ଦାସ ଓ ଗାନ୍ଧି ଫାଉଣ୍ଡେସନର ଅଧ୍ୟକ୍ଷ ଦେବାସୀସ ମୁଖାରଜୀ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ କହିଲେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତ୍ୟାଗ ଓ ସେବାର ଉତ୍କର୍ଷତା ସମାଜରେ ସଂସ୍କୃତି ଓ ଭାତୃଭାବ ଜାଗୃତି କରାଇବାରେ ଏହା ଜନମାନସରେ ପ୍ରଶଂସନୀୟ ହୋଇଛି। ନିର୍ଦେଶିକା ଡଃ ନିରୂପମା ସେଥିରେ ଅଧ୍ୟକ୍ଷତା କରିଥିବା ବେଳେ ଡଃ ସତ୍ୟାନନ୍ଦ ମଂଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.