Home ଓଡ଼ିଶା ପ୍ରମୋସନରୁ ବଞ୍ଚିତ କର୍ମଚାରୀ ମାନଙ୍କ ପାଇଁ ସରକାର ଦେଲେ ଖୁସି ଖବର

ପ୍ରମୋସନରୁ ବଞ୍ଚିତ କର୍ମଚାରୀ ମାନଙ୍କ ପାଇଁ ସରକାର ଦେଲେ ଖୁସି ଖବର

517

ଭୁବନେଶ୍ୱର ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପ୍ରମୋସନରୁ ବଞ୍ଚିତ କର୍ମଚାରୀ ମାନଙ୍କୁ ସରକାର ଏକ ସୁଯୋଗ ଦେଇଥିବା ଦେଖାଯାଇଛି। ଦୀର୍ଘ ଦିନର ଚାକିରି କାଳରେ ଯେଉଁମାନେ ପଦୋନ୍ନତି ପାଇ ପାରି ନାହାନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଆଣି ଦେଇଛନ୍ତି ପଦୋନ୍ନତି ପାଇବାର ବଡ଼ ସୁଯୋଗ। ପଦୋନ୍ନତି ପାଇବାରୁ ବଞ୍ଚିତ କର୍ମଚାରୀମାନଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର ବୋଲି କର୍ମଚାରୀ ମାନଙ୍କ ମଧ୍ୟରେ ଆଲୋଚ୍ୟର ବିଷୟ ହୋଇଛି। ପଦୋନ୍ନତି ପାଇଁ ସେମାନଙ୍କୁ ଆଉ ଏକ ନୂଆ ସୁଯୋଗ ମିଳିବ। ଯୋଗ୍ୟ କର୍ମଚାରୀମାନେ ପଦୋନ୍ନତି ଅଦାଲତରେ ଆବେଦନ କରିପାରିବେ।

 

ଜାନୁଆରି ୨୮, ୨୯ ଓ ୩୧ରେ ପଦୋନ୍ନତି ଅଦାଲତ ବସିବ। ପଦୋନ୍ନତିରୁ ବଞ୍ଚିତ କର୍ମଚାରୀ ୨୩ ସୁଦ୍ଧା ଆବେଦନ ପାଇଁ ଅନୁରୋଧ କରାଯାଇଛି। [email protected] ରେ କର୍ମଚାରୀମାନେ ପଦୋନ୍ନତି ପାଇଁ ଆବେଦନ କରିପାରିବେ। ୬ଟି ସ୍ଥାନରେ ୬ଜଣ ବରିଷ୍ଠ ଆଇଏଏସ୍ ଅଫିସର୍ ଏନେଇ ଶୁଣାଣି କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମସ୍ତ ଅଭିଯୋଗର ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି। ଗୋପବନ୍ଧୁ ଏକାଡ଼େମୀରେ ଶୁଣାଣି କରିବେ ଆଇଏଏସ୍ ସୁରେଶ ମହାପାତ୍ର। ସେହିପରି କୃଷି ଭବନରେ ଶୁଣାଣି କରିବେ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର। କଳିଙ୍ଗ ଷ୍ଟାଡ଼ିଅମରେ ଶୁଣାଣି କରିବେ ଆଇଏଏସ୍ ଆର.କେ.ଶର୍ମା। ଏସ୍‌ଆଇଆର୍‌ଡ଼ି କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ୍ ପ୍ରଦୀପ ଜେନା। ଇଡ଼କୋ କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ୍ ମୋନା ଶର୍ମା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.