Home ଅପରାଧ  ଭତ୍ତା ଆଣିବାକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ବୃଦ୍ଧାଙ୍କ ମୃତ୍ୟୁ

 ଭତ୍ତା ଆଣିବାକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ବୃଦ୍ଧାଙ୍କ ମୃତ୍ୟୁ

599

ନୟାଗଡ ୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଜଣେ ବୃଦ୍ଧା ଭତ୍ତା ଆଣିବାକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ମୃତବରଣ କରିବାରୁ ଉପସ୍ଥିତ ଥିବା ଲୋକମାନେ ପଞ୍ଚାୟତ ଅଫିସରେ ଥିବା ପିଇଓ ଓ ଅନ୍ୟ କର୍ମଚାରୀ ମାନଙ୍କୁ ତାଲା ପକାଇ ଅଟକ ରିଖିବା ଖବର ମିଳିଛି।

ଘଟଣାରୁ ପ୍ରକାଶ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଆଜି ମକର ସଂକ୍ରାନ୍ତି ଛୁଟି ଥିଲେ ମଧ୍ୟ ପଞ୍ଚାୟତ ପିଇଓ ଭତ୍ତା ଦେବାକୁ ଆସିଥିବା ପଞ୍ଚାୟତରେ ଥିବା ଭତ୍ତା ପାଇବା ଲୋକମାନଙ୍କୁ ଖବର ଦେଇଥିଲେ। ଖବରପାଇ ପଞ୍ଚାୟତର ବୃଦ୍ଧା ବଦାନୀ ରଣା ଭତ୍ତା ଆଣିବାକୁ ଯାଇ ପଞ୍ଚାୟତ ଅଫିସରେ ମୃତ୍ୟୁ ହୋଇଥିଲା। ବୃଦ୍ଧା ବଦାନୀ ରଣା ମୃତ୍ୟୁରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ପଞ୍ଚାୟତ ଅଫିସରେ ତାଲା ପକାଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ କରିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.