ବୌଦ୍ଧ,୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ପ୍ରଥମ ମା ଭୈରବୀ ମହୋତ୍ସବ ଓ ପଲ୍ଳୀଶ୍ରୀ ମେଳା ପୁରୁଣାକଟକ ସ୍ଥିତ ମିନି ଷ୍ଟାଡିୟମରେ ଉଦଘାଟିତ ହୋଇ ଯାଇଛି । ଏହି ମହୋତ୍ସବ ଦୀର୍ଘ ୫ ଦିନ ଧରି ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଜିଲାର ହରଭଙ୍ଗା ବ୍ଳକ ଅଞ୍ଚଳର କଳା , ସଂସ୍କୃତି , ପରମ୍ପରାର ମିଳନ କ୍ଷେତ୍ର ପାଲଟିବ । ମହୋତ୍ସବରେ ଅଞ୍ଚଳବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ , ମିନାବଜାର, ସୁସ୍ୱାଦୁ ଖାଦ୍ୟ ଆଦିର ମଜା ନେଇପାରିବେ । ଏଥି ପାଇଁ ମହୋତ୍ସବ ପଡିଆରେ ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରାୟ ୧୦୦ରୁ ଅଧିକ ଷ୍ଟଲ ସ୍ଥାନିତ ହୋଇଛି । ମହୋତ୍ସବ ଆରମ୍ଭ ହେବା ପୁର୍ବରୁ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପିଠରୁ ପୁଜାର୍ଚ୍ଚନା କରିବା ପରେ ଏକ ମଶାଲ ଶୋଭାଯାତ୍ରା ସହରର ପରିକ୍ରମା କରିବାପରେ ମହୋତ୍ସବ ପଡିଆରେ ପହଞ୍ôଚଥିଲା । ହଜାର ହଜାର କଳାକାର ପାରମ୍ପରିକ ବେଶ ଭୁଷାରେ ବିଭିନ୍ନ ବାଦ୍ୟର ତାଳେ ତାଳେ ଏହି ମଶାଲ ଶୋଭାଯାତ୍ରାରେ ଭାଗନେଇ ଥିଲେ । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ମହୋତ୍ସବ ଉଦଘାଟନ କରିଥିଲେ ା ଏହି ଉଦଘାଟନ ଦିବସରେ ଅନ୍ୟତମ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲା ପ୍ରଶାସନର ଅଧିକାରୀ ମାନେ ଯୋଗ ଦେବା ସଙ୍ଗେ ସଙ୍ଗେ ମହୋତ୍ସବ କମିଟିର ସଭାପତି ଓ ସଂପାଦକ ମଂଚାସିନ ରହିଥିଲେ ା ମହୋତ୍ସବର ପ୍ରଥମ ଦିନରେ ପଶ୍ଚିମ ଓଡିଶାର ଲୋକ କଳା, ଢୋଲ, ନିଶାନ , ତାସା, ଓ ଦୁଲ ଦୁଲି ରେ ଦର୍ଶକ ବିଭୋର ହୋଇଯାଇଥିଲେ ା ମହୋତ୍ସବରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିସହିତ ସ୍ଥାନୀୟ ସ୍ୱେଛାସେବୀ ମାନେ ଶାନ୍ତି ଶୃଙ୍ଖଳା ପାଇଁ ଦାୟିତ୍ୱ ନେଇଥିବା ମହୋତ୍ସବ କମିଟି ପକ୍ଷରୁ ସୁଚନା ଦିଆଯାଇଛି ।