Home ଓଡ଼ିଶା ପଞ୍ଚାୟତ କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ର

ପଞ୍ଚାୟତ କଲେଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ର

125

ବୌଦ୍ଧ,୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା):: ବୌଦ୍ଧଜିଲ୍ଲାର ସର୍ବପୂରାତନ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଥିବା ନେଇ ସେସବୁର ସମାଧାନ ପାଇଁ ଛାତ୍ରଛାତ୍ରୀମାନେ ଆକି ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ  ପରିଚାଳନା ସମିତି ସଭାପତିଙ୍କ କାର୍ଯ୍ୟକାଳ ସମାପ୍ତ ହୋଇସାରିଛି । ତେଣୁ ମହାବିଦ୍ୟାଳୟର ପୂର୍ଣ୍ଣାଙ୍ଗ ପରିଚାଳନା ସମିତି ଗଠନ କରାଯାଉ  ା କଲେଜ ଛାତ୍ରଛାତ୍ରୀ ସଂଖ୍ୟା ତେରଶହରୁ ଉର୍ଦ୍ଧ୍ୱ ହେବ । ସେଥିମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ଅଧା ହେବ କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରିଶ୍ରାଗାର ରହିଛି । ଛାତ୍ରମାନଙ୍କ କମନରୁମରେ କୌଣସି ସୁବିଧା ନାହିଁ । ପିଇବା ପାଣି ପାଇଁ ଦୁଇଟି ମେସିନ ରହିଥିଲେ ମଧ୍ୟ ସେ ଗୁଡିକ ଅଚଳ ହୋଇ ପଡିଛି । ପୁରୁଣା ଅଫିସରେ କେତୋଟି ଶ୍ରେଣୀ ଗୃହରେ ବେଞ୍ଚ୍‌,ଡେକ୍ସ, ବିଦ୍ୟୁତର ସୁବିଧା ନାହିଁ । କଲେଜରେ ପାଠ ପଢା ସମୟରେ ବାହାର ପିଲାମାନେ ଆସି ବାତାବରଣକୁ ନଷ୍ଟ କରୁଛନ୍ତି । ସନ୍ଧ୍ୟାରେ ଅସାମାଜିକ ବ୍ୟକ୍ତି ଆସି ଏଠାରେ ଆଡ୍ଡା ଜମାଉଛନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ । ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳ ଅଭ୍ୟାସ, ମେଗାଜିନ ଏବଂ କ୍ୟାଲେଣ୍ଡର ପ୍ରକାଶନ କରାଯାଉ, ବିଭିନ୍ନ ଭାଷାରେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ତେବେ ନିକଟରେ କଲେଜର ନୂତନ ଭିତିଭୂମିରେ ଅନେକ ଉନ୍ନତି ହୋଇଥିବାବେଳେ ନାକ୍ କମିଟି ଦ୍ୱାରା ବି ଗ୍ରେଡ ମାନ୍ୟତା ପ୍ରଦାନର ମାତ୍ର ଦୁଇମାସ ପରେ ଛାତ୍ରମାନଙ୍କ ଏହିଭଳି ଅଭିଯୋଗ ପଛରେ କିଛି କର୍ମଚାରୀଙ୍କ ନିହିତ ସ୍ୱାର୍ଥ ରହିଥିବା ନେଇ ଆଲୋଚନା ହେଉଅଛି । କଲେଜର କିଛି ଦୁର୍ନୀତିଗ୍ରସ୍ଥ ଓ କାମ ନକରି ମୋଟା ଦରମା ନେଉଥିବା କର୍ମଚାରୀଙ୍କୁ ତୁରନ୍ତ ବଦଳି କରାଗଲେ ଶୈକ୍ଷିକ ବାତାବରଣରେ ପରିବର୍ତନ ଆସିପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.