Home ଜିଲ୍ଲା ପରିକ୍ରମା ଏକ ଫର୍ଦ୍ଦରେ ଦରମା ବିଲ୍ ପ୍ରସ୍ତୁତି ପାଇଁ ତାଲିମ ଶିବିର

ଏକ ଫର୍ଦ୍ଦରେ ଦରମା ବିଲ୍ ପ୍ରସ୍ତୁତି ପାଇଁ ତାଲିମ ଶିବିର

115

ନୟାଗଡ/୨୦/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ରାଜ୍ୟର ଅନେକ କାର୍ଯ୍ୟାଳୟରେ ଦରମା ବିଲ୍ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନେ ଅନେକ ସମୟରେ ବିଲ୍ କରିବାରେ ବିଳମ୍ବ କରିଥାନ୍ତି। ଯାହା ଫଳରେ ସରକାରୀ କର୍ମଚାରୀ ମାନେ ଦରମା ବିଲ୍ ପାଇବାରେ ବିଳମ୍ବ ଦେଖାଯାଏ। ସେହି ଦରମା ବିଲ୍ ପ୍ରଦାନ ପାଇଁ ଗୋଟିଏ ଫର୍ଦ୍ଦରେ କିପରି ଦରମା ବିଲ୍ ହୋଇ ପାରିବ ସେ ସମ୍ପର୍କେ ରଣପୁର ସବ୍ ଟ୍ରେଜେରୀ ତରଫରୁ ରଣପୁର ବ୍ଲକ୍ ରେ ଏକ ତାଲିମ ଶିବିର ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ନୟାଗଡ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ସଡଙ୍ଗୀ, ଜିଲ୍ଲା ଟ୍ରେଜେରୀ ଅଫିସର ଗୋବର୍ଦ୍ଧନ ପରିଡା, ସେକ୍ସନ ଅଫିସର ଦୟାନିଧି ରଥ, ଇନ୍‌ଚାର୍ଜ ଟ୍ରେଜେରୀ ଅଫିସର ଶିଶିଲ୍ ସାହୁ ଏବଂ ସମସ୍ତ ଦରମା ବିଲ୍ ପ୍ରସ୍ତୁତ କରୁଥିବା ଡିଲିଙ୍ଗ ଆସିଷ୍ଟାଣ୍ଟ ମାନଙ୍କୁ ନେଇ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ଗୋଟିଏ ଫର୍ଦ୍ଦ କାଗଜରେ କିପରି ସୁବିଧାରେ ଦରମା ବିଲ୍ ହୋଇ ପାରିବ ସେହି ଜ୍ଞାନ ପ୍ରଦାନ କରାଯାଇଥିଲା। ଯାହା ଫଳରେ ସରକାରୀ କର୍ମଚାରୀ ମାନେ ଠିକ୍ ମାସ ଶେଷରେ ଦରମା ପ୍ରଦାନ ପାଇ ପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.