Home ଓଡ଼ିଶା ପ୍ରଥମ ମାଁ ଭୈରବୀ ମହୋତ୍ସବ ଉଦଘାଟିତ   

ପ୍ରଥମ ମାଁ ଭୈରବୀ ମହୋତ୍ସବ ଉଦଘାଟିତ   

101

ବୌଦ୍ଧ,୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ  ନାମରେ ପ୍ରଥମ ମା ଭୈରବୀ ମହୋତ୍ସବ ଓ ପଲ୍ଳୀଶ୍ରୀ ମେଳା  ପୁରୁଣାକଟକ ସ୍ଥିତ ମିନି ଷ୍ଟାଡିୟମରେ ଉଦଘାଟିତ ହୋଇ ଯାଇଛି । ଏହି ମହୋତ୍ସବ ଦୀର୍ଘ ୫ ଦିନ ଧରି ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଜିଲାର ହରଭଙ୍ଗା ବ୍ଳକ ଅଞ୍ଚଳର କଳା , ସଂସ୍କୃତି , ପରମ୍ପରାର ମିଳନ କ୍ଷେତ୍ର ପାଲଟିବ ।   ମହୋତ୍ସବରେ ଅଞ୍ଚଳବାସୀ   ସାଂସ୍କୃତିକ  କାର୍ଯ୍ୟକ୍ରମ ଉପଭୋଗ କରିବା ସହ  ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ , ମିନାବଜାର, ସୁସ୍ୱାଦୁ ଖାଦ୍ୟ  ଆଦିର ମଜା ନେଇପାରିବେ ।  ଏଥି ପାଇଁ ମହୋତ୍ସବ ପଡିଆରେ ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରାୟ ୧୦୦ରୁ ଅଧିକ ଷ୍ଟଲ  ସ୍ଥାନିତ ହୋଇଛି ।  ମହୋତ୍ସବ ଆରମ୍ଭ ହେବା ପୁର୍ବରୁ  ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ  ପିଠରୁ  ପୁଜାର୍ଚ୍ଚନା କରିବା ପରେ  ଏକ ମଶାଲ ଶୋଭାଯାତ୍ରା ସହରର ପରିକ୍ରମା କରିବାପରେ ମହୋତ୍ସବ ପଡିଆରେ ପହଞ୍ôଚଥିଲା । ହଜାର ହଜାର କଳାକାର ପାରମ୍ପରିକ ବେଶ ଭୁଷାରେ  ବିଭିନ୍ନ ବାଦ୍ୟର ତାଳେ ତାଳେ ଏହି ମଶାଲ ଶୋଭାଯାତ୍ରାରେ ଭାଗନେଇ ଥିଲେ । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ  ମହୋତ୍ସବ  ଉଦଘାଟନ କରିଥିଲେ  ା ଏହି ଉଦଘାଟନ ଦିବସରେ ଅନ୍ୟତମ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲା ପ୍ରଶାସନର ଅଧିକାରୀ ମାନେ ଯୋଗ ଦେବା ସଙ୍ଗେ ସଙ୍ଗେ ମହୋତ୍ସବ କମିଟିର ସଭାପତି ଓ ସଂପାଦକ ମଂଚାସିନ ରହିଥିଲେ  ା ମହୋତ୍ସବର ପ୍ରଥମ ଦିନରେ ପଶ୍ଚିମ ଓଡିଶାର ଲୋକ କଳା, ଢୋଲ, ନିଶାନ  , ତାସା, ଓ ଦୁଲ ଦୁଲି ରେ ଦର୍ଶକ ବିଭୋର ହୋଇଯାଇଥିଲେ  ା ମହୋତ୍ସବରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିସହିତ ସ୍ଥାନୀୟ ସ୍ୱେଛାସେବୀ ମାନେ ଶାନ୍ତି ଶୃଙ୍ଖଳା ପାଇଁ  ଦାୟିତ୍ୱ ନେଇଥିବା ମହୋତ୍ସବ କମିଟି ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.