Home ଜିଲ୍ଲା ପରିକ୍ରମା ଜିଲ୍ଲା ଅବକାରି ବିଭାଗପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢଉ,୩୭ଲକ୍ଷ୮୦ହଜାର ଟଙ୍କାର ଗଜେଂଇ ଗଛ ପୋଡି

ଜିଲ୍ଲା ଅବକାରି ବିଭାଗପକ୍ଷରୁ ବେଆଇନ ଗଜେଂଇ ଚାଷ ଉପରେ ଚଢଉ,୩୭ଲକ୍ଷ୮୦ହଜାର ଟଙ୍କାର ଗଜେଂଇ ଗଛ ପୋଡି

84

ମାଲକାନଗିରି,୧୦ା୧୧(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ ଅବାଧ ବେଆଇନ ଗଜେଂଇ ଚାଷ ଚାଲିଥିବାର ଖବର ପାଇ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଓ ଏସପି ରିଶିକେଶ ଖିଲାରୀ ଡି ଙ୍କ ନିଦେ୍ର୍ଦଶକ୍ରମେ  ଜିଲ୍ଲା ଅବକାରୀ ବିଭାଗ ଓ କୁଡୁମୁଲୁଗୁମ୍ମା ଥାନାପୁଲିସ ପକ୍ଷରୁ ମାଓପ୍ରବଣ ଡଙ୍ଗାକୁଣ୍ଡ ଓ ରାଙ୍ଗିନିଗୁଡା  ଅଚଂଳରେ  ବେଆଇନ ଗଜେଂଇ ଚାଷ  ଉପରେ ଚଢାଉକରି  ୩୭ଲକ୍ଷ୮୦ହଜାର ଟଙ୍କାର ଗଜେଂଇ ଚାଷ ପୋଡି ନଷ୍ଟ କରିଦେଇଛନ୍ତି । ଆଜି ସକାଳେ ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ମନମୋହନ ଧାଙ୍ଗଡା ମାଝି,ସବ୍ଇନସ୍ପେକ୍ଟର ଏଚ.ଜଗାରାଓ,ଏସଆଇ ତିରୁପତି ପଣ୍ଡା,ଦିଲୀପ ନାୟକ, ରାଜୁ ଖିତି,ଦିନେଶ କୁମାର,ସି.ଏଚ.ଖରା,  ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ଓ ବାଲିମେଳା ଏସଡିପିଓ,କୁଡୁମୁଲୁଗୁମ୍ମା ଥାନା ଅଧିକାରୀ ପୁଲିସ ସଦଳବଳ   କୁଡୁମୁଲୁଗୁମ୍ମା ଥାନା ନିକଟ  ରାଙ୍ଗିନିଗୁଡା ଡୋଙ୍ଗକୁଣ୍ଡ ଜଙ୍ଗଲରେ ଚଢାଉକରି ବେଆଇନ ଭାବେ ଚାଷକରା ଯାଇଥିବା ୨୭ଏକର ଜମିରୁ ୩୭୮୦୦ ଟି ଗଜେଂଇ ଗଛଗୁଡିକୁ କାଟି ପୋଡି ନଷ୍ଟ କରିଦେଇଛନ୍ତି । ଏହି ଗଜେଂଇ ଗଛର ସରକାରି ମୂଲ୍ୟ ପ୍ରାୟ ୩୭ଲକ୍ଷ ୮୦ହଜାର ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.