Home ଜିଲ୍ଲା ପରିକ୍ରମା ୬୧ ବର୍ଷ ପରେ ତୁଟିଲା ବିବାଦ, ଖୋଲା ହେଲା  ପ୍ରାଥମିକ ବିଦ୍ୟାଳୟ

୬୧ ବର୍ଷ ପରେ ତୁଟିଲା ବିବାଦ, ଖୋଲା ହେଲା  ପ୍ରାଥମିକ ବିଦ୍ୟାଳୟ

271

ଯାଜପୁର୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ୍ ଅନ୍ତର୍ଗତ ସାଦକପୁର ଗ୍ରାମରେ ମନ୍ସୁରିଆ ମକ୍ତବ ପ୍ରାଥମିକ ବିଦ୍ୟାଳୟକୁ ନେଇ ଚାଲିଥିବା ୬୧ ବର୍ଷର ବିବାଦ ସମାଧାନ ହୋଇଥିବା ସୁଚନା ମିଳିଛି । ସ୍କୁଲର ଜାଗା ଓ ବିଦ୍ୟାଳୟ ଗୃହକୁ ନେଇ ସ୍କୁଲ କର୍ତୁପକ୍ଷ ଓ ଜାଗା ମାଲିକ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଶେଷର ତାହା ଆପୋଷ ବୁଝାମଣାରେ ସମାଧାନ ହୋଇଛି । କୋରାଇ ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିକାରୀ ସୁଶାନ୍ତ କୁମାର ଶତପଥୀ, କୋରାଇ ଥାନାଧିକାରୀ ରଂଜିତ କୁମାର ମହାନ୍ତିଙ୍କ ଉଦ୍ୟମରେ ଉଭୟ ପକ୍ଷ ଉପସ୍ଥିତ ରହି ବହୁଦିନର ବିବାଦକୁ ସମାଧାନ କରିଥିବାରୁ ଏନେଇ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ୧୯୫୮ ମସିହାରେ ସାଦକପୁର ଗ୍ରାମରେ ଥିବା ବହୁ ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲାଙ୍କ ପାଇଁ ନିର୍ମିତ ହୋଇଥିଲା ମନ୍ସୁରିଆ ମକ୍ତୁବ୍ ପ୍ରାଥମିକ ବିଦ୍ୟାଳୟ । ହେଲେ ଆରମ୍ଭ ଦିନରୁ ହିଁ ବିଦ୍ୟାଳୟ ନିର୍ମର୍ିତ ଜାଗାଟି ଗ୍ରାମର ଜୈନୁଲ ଆବେବନ ଖାଁଙ୍କର ନିଜସ୍ୱ ବ୍ୟକ୍ତିଗତ ବୋଲି ଦାବି କରିଥିଲେ । ପରେ ୨୦୦୬ ମସିହାରେ ତତ୍କାଳିନ କୋରେଇ ବିଧାୟିକା ସଂଚିତା ମହାନ୍ତିଙ୍କ ହାତପାଣ୍ଠିରୁ ବିଦ୍ୟାଳୟକୁ ୩ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । ଏହି ଅର୍ଥରେ ୨୦୦୭ ମସିହାରେ ବିଦ୍ୟାଳୟରେ ଏକ ପକ୍କାଘର ନିର୍ମାଣ ହେବା ପରେ ଉପୁଜିଥିଲା ବିବାଦ । ଆବେବୁଲ ବିଦ୍ୟାଳୟ ଆରମ୍ଭ କରିବାକୁ ବିରୋଧ କରିଥିଲେ । ଏପରକି ଏନେଇ ସ୍କୁଲ କର୍ତର୍ୁପକ୍ଷ ପ୍ରଶାସନ ନିକଟରେ ଗୁହାରୀ କରିବା ପରେ ବ୍ୟାସନଗର ତହସିଲଦାର କୋରାଇ ପୁଲିସ୍ ସହାୟତାରେ ଘର ଭାଙ୍ଗିବା ପାଇଁ ଯାଇଥିଲେ ମଧ୍ୟ ଆବେବୁଲ ଏହାକୁ ବିରୋଧ କରିଥିଲେ । ବ୍ୟକ୍ତିଗତ ଜାଗାରେ ସରକାରୀ ଗୃହ ନିର୍ମାଣର ପ୍ରତିବାଦ କରିଥିଲେ । ପରେ ସ୍କୁଲ କର୍ତୁପକ୍ଷଙ୍କ ସମେତ ଯାଜପୁର ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବ୍ୟାସନଗର ତହସିଲଦାରଙ୍କୁ ପକ୍ଷଭୂକ୍ତ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେବୁଲ କେସ ଦାୟର କରିଥିଲେ । ଫଳରେ ସ୍କୁଲ ଘର ସମ୍ପୁର୍ଣ୍ଣ ହୋଇଥିଲେ ମଧ୍ୟ ଉକ୍ତ ଘରକୁ ବ୍ୟବହାର ନକରିବା ପାଇଁ କୋର୍ଟ ଆଦେଶ ଦେଇଥିଲେ । ପିଲାମାନେ ଭଙ୍ଗାଘରେ ପାଠ ପଢିବାକୁ ବାଧ୍ୟ ହେଉଥିବାରୁ ଏନେଇ ସ୍କୁଲ କର୍ତୁପକ୍ଷ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କ ପାଖକୁ ଦୌଡ଼ିଦୌଡ଼ି ଶେଷରେ ପୁଣି କୋର୍ଟର ଆଶ୍ରୟ ନେଇଥିଲେ । ଉଭୟ ପକ୍ଷଙ୍କ ଆବେଦନ ପରେ ଅନୁସନ୍ଧାନ କରି ୨୦୧୫ ମସିହା ମାର୍ଚ୍ଚ ମାସରେ ପୁନର୍ବାର ମାନ୍ୟବର କୋର୍ଟ ଗୃହଟିକୁ ସ୍କୁଲ କର୍ତପକ୍ଷଙ୍କୁ ହସ୍ତାନ୍ତର କରି ତାଲା ଖୋଲିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏହା ମଧ୍ୟରେ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନ ତାଲା ଖୋଲିବାରେ ବି‘ଳ ହୋଇଥିଲା । ଗତକାଲି ଆବେବନଙ୍କ ସମେତ ସ୍ଥାନୀୟ ମସ୍ଜିଦ୍ର ମୌଲାନା ମହମ୍ମଦ ହବିବୁଲ୍ଲା, ସ୍ଥାନୀୟ ମୁରବି ଅବଦୁଲ ହାକିମ ଖାନ, ଇବ୍ରାହିମ ଖାନ, କୁରବାନ ହଜାରୀ, ସକାବତ୍ ଖାନ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଇଓ ଶ୍ରୀ ଶତପଥୀ ଓ ଥାନାଧିକାରୀ ଶ୍ରୀ ମହାନ୍ତି ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅବିବୁଲ ଗୃହ ନିର୍ମିତ ଜାଗାଟିକୁ ବିଦ୍ୟାଳୟ ହସ୍ତାନ୍ତର କରିବା ପାଇଁ ରାଜି ହୋଇଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ସେକ୍ ସିରାଜୁଦ୍ଦିନ, ସେକ୍ ହା‘ିଜୁଦ୍ଦିନ, ସେକ୍ କୁତୁବୁଦ୍ଦିନ, ସମ୍ସଦ ଖାନ, କାଲୁ ଖାନ, ସେକ୍ ସଲାଉଦ୍ଦିନ, ଜସିର ଖାନ, ସେକ୍ ଫେଜୁଦ୍ଦିନ, ସନ୍ତୋଷ ରାମ, ସଂଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲୋ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.