Home ଜିଲ୍ଲା ପରିକ୍ରମା ୭୮ ବର୍ଷରେ ପହଞ୍ôଚଲା ତିହିଡ଼ିର ଶ୍ୟାମାକାଳୀ ପୂଜା

୭୮ ବର୍ଷରେ ପହଞ୍ôଚଲା ତିହିଡ଼ିର ଶ୍ୟାମାକାଳୀ ପୂଜା

14

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରରେ ପାଳିତ ହୋଇ ଆସୁଥବା ମା’ ଶ୍ୟାମାକାଳୀପୂଜା ଚଳିତ ବର୍ଷ ୭୮ ପଦାର୍ପଣ କରିଛି । ଏଥିପାଇଁ ପୂଜା କମଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଶ୍ୟାମାକାଳୀ ପୂଜାରେ ମା’ଙ୍କ ମନ୍ଦିର ଓ ବଜାର ସାଜସଜ୍ଜା ସହ ଆକର୍ଷଣୀୟ ତୋରଣ ସାଙ୍ଗକୁ ଦୋକାନ ବଜାର ସମେତ ମିନାବଜାର, ଦୋଳି ଖେଳ ଏଥର ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ପୂଜା ଆଉ ମାତ୍ର ୬ଦିନ ବାକିଥିବା ବେଳେ ଶିଳ୍ପୀମାନେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ତିଆରିରେ ତତ୍ପର ହୋଇ ଉଠିଛନ୍ତି । ପ୍ରକାଶ ଯେ ତିହିଡ଼ି ବଜାରରେ ୧୯୪୫ ମସିହାରୁ ଅଦ୍ୟାବଧି ନିରବଚ୍ଛିନ୍ନ ଭାବେ ମା’ ଶ୍ୟାମାକାଳୀଙ୍କ ପୂଜା ମହା ଆଡ଼ମ୍ବର ସହକାରେ ସ୍ଥାନୀୟ ଅଞ୍ଚଳବାସୀ ଓ ବଜାରର ଦୋକାନୀମାନଙ୍କ ସହଯୋଗରେ ପାଳିତ ହୋଇ ଆସୁଛି । ତତ୍କାଳୀନ ତିହିଡି ମେଡିକାଲର ଜନୈକ କମ୍ପାଉଣ୍ଡର ଓ ଥାନାବାବୁଙ୍କ ଦ୍ୱାରା ଏହି ଶ୍ୟାମାକାଳୀ ପୂଜାର ଶୂଭାରମ୍ଭ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଚେମେଇ ନାୟକ, ଇନ୍ଦ୍ରମଣୀ ଯତି, ଗିରିଧାରୀ ଦାସ ପ୍ରମୂଖ ଏହି ପରମ୍ପରାକୁ ବଜାୟ ରଖି ୧୯୫୨ ମସିହାରେ ଏଠାରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରିଥିଲେ । ଏହି ସବୁ କାର୍ଯ୍ୟପାଇଁ ତିହିଡ଼ି ଅଞ୍ଚଳର ବହୁ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସହଯୋଗ ନିଆଯାଇଥିଲା । ଏଠାରେ ମା’ଙ୍କ ମହିମା ଅପାର ଯିଏ ଯାହା ମାନସିକ ରଖିଥାନ୍ତି ମା’ ପୂରଣ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଚଳିତ ବର୍ଷ ପୂଜା କମିଟିର ସଭାପତି ବିରେନ୍ଦ୍ର ନାୟକ, ସମ୍ପାଦକ ବୃନ୍ଦାବନ ଜେନା, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ଦାସ, ଅମର ଜେନା, ପ୍ରଭାତ ଜେନା, ଧିରେନ୍ଦ୍ର ସାହୁ, ଗିରିଜା ରମଣ ଜେନା, ସୋମନାଥ ପାଢୀ, ସଚ୍ଚିକାନ୍ତ ନାୟକ, ନରେନ୍ଦ୍ର ବାରିକ, ପ୍ରତାପ ଜେନା, ପ୍ରଭାକର ନାୟକ, ରାଜେଶ ନାୟକ, ଅଶୋକ ଜେନା, ନୀଳମଣି ସାବତ, ନୀଳମାଧବ ସେନାପତି, ଚଗଲା ଜେନା, ପ୍ରକାଶ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.