Home ଜିଲ୍ଲା ପରିକ୍ରମା ବର୍ଷା ନହେବାରୁ କ୍ଷତିଗ୍ରସ୍ତ ହେବ ଧାନଚାଷ, ଦଶମୌଜା କେନାଲ ସଂସ୍କାର ହୋଇ ନଥିବାରୁ ମାଡ଼ି ପାରୁନି...

ବର୍ଷା ନହେବାରୁ କ୍ଷତିଗ୍ରସ୍ତ ହେବ ଧାନଚାଷ, ଦଶମୌଜା କେନାଲ ସଂସ୍କାର ହୋଇ ନଥିବାରୁ ମାଡ଼ି ପାରୁନି ପାଣି

26

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡିବ୍ଲକରେ ଗତ ଏକମାସରୁ ଉର୍ଦ୍ଧ୍ୱ ହେବ ବର୍ଷା ଛାଡ଼ି ଯାଇଥିବାରୁ ଚାଷଜମି ଏବେ ଶୁଖି ଫାଟିଗଲାଣି । ଯାହା ଫଳରେ ଧାନଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ଯେଉଁଥିପାଇଁ ଚାଷୀକୁଳ ଏବେ ହତାଶ ହୋଇପଡ଼ିଛନ୍ତି । ଅପରପକ୍ଷେ ଦଶମୌଜା କେନାଲ ସଂସ୍କାର ହୋଇନଥିବାରୁ କେନାଲର ପାଣି ତଳମୁଣ୍ଡରେ ପହଞ୍ôଚ ପାରୁନାହିଁ । ଯାହାଫଳରେ ବହୁ ପଞ୍ଚାୟତର ଧାନଚାଷ ପ୍ରଭାବିତ ହେବା ନିଶ୍ଚିତ ହୋଇଯାଇଛି । ଏବେ ଧାନରେ ଥୋଡ଼ ବାହାରିବା ସମୟ । ଏହି ସମୟରେ ବର୍ଷ ଛାଡ଼ିଯିବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦଶମୌଜା କେନାଲରୁ ଚାଷ ଜମିକୁ ପାଣି ମାଡ଼ି ପାରୁନଥିବାରୁ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ପମ୍ପ ସହାୟତାରେ ଚାଷଜମିକୁ ପାଣି ମଡ଼ାଇବା ପାଇଁ ବାଧ୍ୟ ହେଉଛନ୍ତି । ଦୀର୍ଘଦିନ ହେବ ଦଶମୌଜା କେନାଲ ସଂସ୍କାର ପାଇଁ ଚାଷୀଙ୍କ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । କେନାଲ ସଂସ୍କାର ହୋଇନଥିବାରୁ ବ୍ଲକର ଭାଟପଡା, ଫତେପୁର, କୋହ୍ଲ, ମଙ୍ଗଳପୁର, ସିନ୍ଦୋଳ, ଦୌଲତପୁର, ବାମନବିନ୍ଧା ଇତ୍ୟାଦି ପଂଚାୟତରେ ଦଶମୌଜା ପାଣି ପହଁଚି ପାରୁ ନାହିଁ । କେନାଲରେ ବିଲାତି ବୁର, ଦଳ ପୂର୍ଣ୍ଣ ହୋଇଥିବାରୁ ପାଣି ତଳମୁଣ୍ଡରେ ପହଞ୍ôଚ ପାରୁନଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ କେନାଲ ସଫା କରାଯାଇ ତଳମୁଣ୍ଡରେ ଥିବା ଏହିସବୁ ପଞ୍ଚାୟତର ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.