Home ଜିଲ୍ଲା ପରିକ୍ରମା ୭୦ ଜିଆରଏସ୍ ପଦବୀ ଫାଙ୍କା, ନୂଆ ସରପଞ୍ଚ ଚିନ୍ତାରେ, ପ୍ରଶାସନ ନିଦାବିଷ୍ଣୁ

୭୦ ଜିଆରଏସ୍ ପଦବୀ ଫାଙ୍କା, ନୂଆ ସରପଞ୍ଚ ଚିନ୍ତାରେ, ପ୍ରଶାସନ ନିଦାବିଷ୍ଣୁ

46

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବ ନିର୍ବାଚିତ ସରପଞ୍ଚମାନେ ଏବେ ଚିନ୍ତାରେ। କାରଣ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଜିଆରଏସମାନଙ୍କ ଉପସ୍ଥିତି ଦେଖାଯାଉନି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପିଇଓଙ୍କ ଘୋର ଅଭାବ ଯୋଗୁଁ ସରକାର ୨ ରୁ ୩ଟି ପଞ୍ଚାୟତ ଦାୟିତ୍ୱରେ ଜଣେ ପିଇଓଙ୍କୁ ରଖିଛନ୍ତି। ତେଣୁ ଗୋଟିଏ ପଞ୍ଚାୟତରେ ଗୋଟିଏ ପିଇଓ ବସିବା ସମ୍ଭବପର ହେଉନାହିଁ। ତେଣୁ ଜିଆରଏସ୍‌ଙ୍କ ଉପରେ ସରପ୍ ନିର୍ଭର କରିବାକୁ ପଡୁଥିବାରୁ ସେହି ଜିଆରଏସ୍ ପଦବୀ ମଧ୍ୟ ଫାଙ୍କା ପଡିଛି। ସାରା ଭଦ୍ରକ ଜିଲାରେ ୨୧୮ ଟି ପଞ୍ଚାୟତ ମଧ୍ୟରୁ ୭୦ ରୁ ଅଧିକ ଜିଆରଏସ୍ ପଦବୀ ଫାଙ୍କା ପଡିଛି। ଯେଉଁ କେତେକ ଜିଆରଏସ୍ ରହିଛନ୍ତି, ସେମାନେ ଲାଲେ ଲାଲ। ଚାକିରୀ ଗ୍ରାମ ରୋଜଗାର ସେବକ। ଦରମା ପାଉଛନ୍ତି ମାସକୁ ୫୫୦୦ ଟଙ୍କା। କିନ୍ତୁ ଦୁର୍ନୀତି ଟଙ୍କାରେ ବୁଲେଟି ଚଢି ଲକ୍ଷପତି ସାଜିଛନ୍ତି। ଏମାନଙ୍କର ଦୁର୍ନୀତି ଗୋଟାକୁ ଗୋଟା ପଦାକୁ ବାହାରିଲାଣି। ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାନୁ ନାହାଁନ୍ତି। ଏକଥା ଆମେ କହୁନାହୁଁ ୨୦୧୭ ରୁ ୨୦୨୨ ରେ ଜିତିଥିବା ସରପଞ୍ଚମାନେ ଲଗାତର ବିଡିଓଙ୍କ ନିକଟରେ କରିଥିବା ଅଭିଯୋଗରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। କେଉଁଠି ପୋଖରୀ ନାହିଁ ପୋଖରୀ ବିଲ୍ କାଗଜ ପତ୍ରରେ କରି ଅର୍ଥ ଲୁଟ୍ କରାଯାଉଛି ତ ଆଉ କେଉଁଠି ନରେଗା ଯୋଜନାକୁ ହାତ ବାରିସ କରି ହିତାଧିକାରୀଙ୍କ ନାମରେ ଅର୍ଥ ଲୁଟାଯାଉଛି।

କେବଳ ନରେଗା ଯୋଜନା ନୁହେଁ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାମରେ ଏହି ଗ୍ରାମ ରୋଜଗାର ସେବକ ସିଂଘଭାଗ ଅଂଶୀଦାର ସାଜିଛନ୍ତି। ଗୋଟିଏ ପଟେ ସରକାରଙ୍କ ଅଭାବୀ ଚାକିରୀ ପଦବୀ ସୃଷ୍ଟି ପାଇଁ ଭଦ୍ରକ ଜିଲାରେ ୭୦ ରୁ ଅଧିକ ଜିଆରଏସ୍ ପଦବୀ ଖାଲି ପଡିଛି। ତେଣୁ ଅଧିକାଂଶ ପଦବୀ ଖାଲି ପଡିଛି। ତେଣୁ ଅଧିକାଂଶ ଜିଆରଏସ୍ ୨ ରୁ ୩ଟି ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ଭଦ୍ରକ ଜିଲାରେ ୨୧୮ ଟି ପଞ୍ଚାୟତରେ ୨୧୮ ଜଣ ଜିଆରଏସ୍ ରହିବା ସ୍ଥାନରେ ଏବେ ୧୪୮ ଜଣ ଜିଆରଏସ୍ ରହିଛନ୍ତି। ତିହିଡି ବ୍ଲକ୍‌ରେ ୩୧ ପଞ୍ଚାୟତରେ ଏବେ ୯ଟି ପଦବୀ ଖାଲିଥିବାବେଳେ ଭଣ୍ଡାରିପୋଖରୀ ବ୍ଲକ୍‌ରେ ୨୩ ପଞ୍ଚାୟତରୁ ୧୦ ଟି ଖାଲି, ବାସୁଦେବପୁର ବ୍ଲକ୍‌ରେ ୩୬ ପଞ୍ଚାୟତରେ ୯ ଟି ଖାଲି। ଧାମନଗର ବ୍ଲକ୍‌ରେ ୩୧ ଟି ପଞ୍ଚାୟତରେ ୩ଟି ଖାଲି। ବନ୍ତ ବ୍ଲକ୍‌ରେ ୨୫ ଟି ପଞ୍ଚାୟତରୁ ୧୨ ଟି ଖାଲି, ଭଦ୍ରକ ବ୍ଲକ୍‌ରେ ୩୬ ଟି ପଞ୍ଚାୟତରୁ ୧୫ ଖାଲି ଏବଂ ଚାନ୍ଦବାଲି ବ୍ଲକ୍‌ରେ ୩୬ ପଞ୍ଚାୟତରୁ ୧୨ ଟି ଜିଆରଏସ୍ ପଦବୀ ଖାଲି ପଡିଛି। ଜିଆରଏସ୍‌ମାନଙ୍କ ଦୁର୍ନୀତି ପ୍ରଶାସନିକ କ୍ଷେତ୍ରରେ ଅସ୍ଥିର ସୃଷ୍ଟି କରିବାରୁ ଏମାନଙ୍କର ବଦଳି ପର୍ବ ଚଳିତ ମାସ ଠାରୁ ଆରମ୍ଭ କରାଯାଇଛି। ଚାନ୍ଦବାଲି ବ୍ଲକ୍‌ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ଜିଲାର ୭ଟି ବ୍ଲକ୍‌କୁ ବ୍ୟାପିବ ବୋଲି ଜଣାପଡିଛି। ଏବେ ଜିଲାରେ ମହିଳାମାନଙ୍କୁ ନେଇ ଏକ ଅଡିଟ୍ ପ୍ରଶାସନିକ କ୍ଷେତ୍ରରେ କରାଯାଇଛି। ପ୍ରତି ପଞ୍ଚାୟତକୁ ୨ ରୁ ୩ ଜଣ ମହିଳା ଗସ୍ତ କରି ପଞ୍ଚାୟତରେ ଭତ୍ତା ଓ ନରେଗା ଯୋଜନାରେ ହୋଇଥିବା କାର୍ଯ୍ୟର ଫାଇଲ୍ ଅଡିଟ୍ କଲାବେଳକୁ ବାହାରୁଛି ବହୁ ଲୁକ୍କାୟିତ ତଥ୍ୟ। ଏହି ପ୍ରତିନିଧିଙ୍କ ହାତରେ ଏଭଳି ବହୁ କାରନାମାର ଦସ୍ତାବିଜ୍ ପଡିଛି। ଯାହାକି ଆଗାମୀ ଦିନରେ ଜିଆରଏସ୍ ଓ ଅନେକ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗୁମର ଖୋଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.