Home ଅପରାଧ ୬ ବର୍ଷର ଶିଶୁ ସହିତ ଦୁଷ୍କର୍ମ, ପରେ ହତ୍ୟା – ସ୍କୁଲ ଯାଇ ଫେରି ନଥିଲା

୬ ବର୍ଷର ଶିଶୁ ସହିତ ଦୁଷ୍କର୍ମ, ପରେ ହତ୍ୟା – ସ୍କୁଲ ଯାଇ ଫେରି ନଥିଲା

1387

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ରାଜସ୍ଥାନର ଟୋଂକ ଜିଲ୍ଲାରେ ୬ ବର୍ଷର ଶିଶୁ ସହ ବଳାତ୍କାର ଏବଂ ପରେ ହତ୍ୟା ପରି ଦୁଃଖଦ ଘଟଣାର ଖବର ହସ୍ତଗତ ହୋଇଛି। ବଳାତ୍କାରୀମାନେ ସ୍କୁଲ ବେଲ୍ଟରେ ଗଳା ଦବାଇ ଶିଶୁକୁ ହତ୍ୟା କରିଛନ୍ତି। ଘଟଣାକୁ ନେଇ ସମ୍ପୂର୍ଣ୍ଣ ଯାଗାରେ ଲୋକମାନଙ୍କ ମଧ୍ୟରେ ବହୁତ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ମାମଲାରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ସେତେବେଳେ ଲୋକମାନଙ୍କୁ ଜଣାପଡ଼ିଲା ଯେତେବେଳେ ଶିଶୁର ଶବ ଗାଁର ମନ୍ଦିର ପଛରେ ଘନ ଝାଡ଼ି ନିକଟରେ ଦେଖିବାକୁ ମିଳିଥିଲା। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଘଟଣା ରାଜସ୍ଥାନର ଟୋଂକ ଜିଲ୍ଲାରେ ଅଲୀଗଢ଼ ଥାନା ଅନ୍ତର୍ଗତ ଏକଗ୍ରାମରେ। ଘଟଣା ଅନୁଯାୟୀ ସ୍କୁଲକୁ ପଢ଼ିବାକୁ ଯାଇଥିବା ୬ ବର୍ଷର ଶିଶୁ ଶନିବାରଦିନ ଏକ କାର୍ଯ୍ୟକ୍ରମ ଥିବାରୁ ସ୍କୁଲ ଯାଇଥିଲା। ଶିଶୁ ଯେତେବେଳେ ତିନିଟା ପର୍ଯ୍ୟନ୍ତ ଫେରିଲା ନାହିଁ ତେବେ ପରିଜନମାନଙ୍କର ଚିନ୍ତା ବଢ଼ିଲା ଏବଂ ସମସ୍ତେ ଆଖପାଖ ଅଞ୍ଚଳରେ ଖୋଜିବା ଆରମ୍ଭ କରିଦେଇଥିଲେ କିନ୍ତୁ ପାଇ ନଥିଲେ।

ରବିବାର ସକାଳେ ଯେତେବେଳେ ଗ୍ରାମବାସୀମାନେ ମନ୍ଦିର ପଛରେ ଝାଡ଼ିରେ ପଡ଼ିଥିବା ଶିଶୁର ରକ୍ତ ଜୁଡ଼ୁବୁଡ଼ୁ ଶବ ଦେଖିଲେ ସେତେବେଳେ ତାଙ୍କର ହୋସ ଉଡ଼ିଯାଇଥିଲା। ଏହାର ସୂଚନା ସମ୍ପୂର୍ଣ୍ଣ ଗାଁରେ ପ୍ରସାରିତ ହୋଇଥିଲା। ହତ୍ୟା କରାଯାଇଥିବ ଶିଶୁକୁ ଏପରି କଷ୍ଟ ଦେଇ ହତ୍ୟା କରାଯାଇଥିଲା ଯେ, ଶିଶୁର ଆଖି ବାହରକୁ ଆସିଯାଇଥିଲା। ଏକ ମିଡ଼ିଆ ରିପୋର୍ଟ ମୁତାବକ ଶିଶୁକୁ ହତ୍ୟା ସ୍କୁଲ ବେଲ୍ଟରେ ହିଁ ତା’ର ଗଳା ଦବାଇ ହତ୍ୟା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.