Home କେନ୍ଦୁଝର ୬ମାସ ହେଲା ସୁଲଣ ପଞ୍ଚାୟତରେ ମିଳୁନି କିରୋସିନି

୬ମାସ ହେଲା ସୁଲଣ ପଞ୍ଚାୟତରେ ମିଳୁନି କିରୋସିନି

46

ହାଟଡିହି -୨୨ । ୮ :(ଓଡିଆପୁଅ,/ ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ଲାଗୁ କରି ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବାବେଳେ ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ଆଜକୁ ୬ମାସ ହେଲା ଲୋକମାନେ କିରୋସିନି ପାଇବାରୁ ବଞ୍ଚିତ ହୋଇ ଖୋଲାବଜାରରୁ ୬୦ଟଙ୍କା ଦରରେ କିରୋସିନି କିଣିବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ-୧୯ ସମୟରେ ଖାଉଟି ମାନଙ୍କୁ ସୁଲଭ ମୁଲ୍ୟରେ କିରୋସିନି ଯୋଗାଇ ଦେଇଥିବାବେଳେ ଗତ ମାର୍ଚ୍ଚ ମାସଠାରୁ ଅଗଷ୍ଟ ମାସ ପର‌୍ୟ୍ୟନ୍ତ ଲୋକମାନଙ୍କୁ କିରୋସିନି ଦିଆଯାଇ ନାହିଁ । ଏହି ପଞ୍ଚାୟତରେ ୧୨ଟି ୱାର୍ଡର ୮୫୭ ହିତାଧିକାରୀ ଥିବାବେଳେ ସେମାନେ ଏନେଇ ବାରମ୍ବାର ପଞ୍ଚାୟତକୁ ଦୌଡୁଥିଲେବି ମଧ୍ୟ କେହି ସେମାନଙ୍କ ଅଭିଯୋଗ ଶୁଣୁ ନଥିବା କହିଛନ୍ତି । ଏ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ ପିଡିଏସ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତି । ପୁର୍ବରୁ ଦୁଇ ଦୁଇଥର ଲକ୍ଷ ଲକ୍ଷ ଟଙ୍କା ଚାଉଳ ଓ କିରୋସିନି ଉଠାଣ ପାଇଁ ପଞ୍ଚାୟତରୁ ଦିଆଯାଇଥିବାବେଳେ ପୁର୍ବତନ ପିଇଓ ମାନେ ତାହାକୁ ପଞ୍ଚାୟତ ଏକାଉଣ୍ଟରେ ଜମା ନକରିବାରୁ ପିଡିଏସ ଉଠାଣରେ ଏପରି ସମସ୍ୟା ହେଉଛି ବୋଲି ସରପଞ୍ଚ ଅଶୋକ ଜେନା କହିଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ କଣ ପାଇଁ କିରୋସିନି ବଣ୍ଟନ ହୋଇ ନାହିଁ ତାହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.