Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୪ପଜେଟିଭ ଚିହ୍ନଟ,୧୯୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରୁ ପୁଣି ୪ପଜେଟିଭ ଚିହ୍ନଟ,୧୯୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

50

ହାଟଡିହି -୨୨ । ୮ :(ଓଡିଆପୁଅ,/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ପୁଣି ୪ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି । ଆଜି ଶାଳଣିଆଁ ପଞ୍ଚାୟତରେ ୧ଜଣ ଓ ଡଅଁର ପଞ୍ଚାୟତରେ ଜଣେ, ପଞ୍ଚୁଗୋଛିଆ ପଞ୍ଚାୟତରେ ୨ଜଣ ଏପରି ମୋଟ ୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଞ୍ଚୁଗୋଛିଆ ପଞ୍ଚାୟତ ଆଡହୁରିଆରେ ଆକ୍ରାନ୍ତ ଦୁଇଜଣ ପୁର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସିଥିବା ଜଣାଯାଇଛି । ରିପୋର୍ଟ ଆସିବାପରେ ସମସ୍ତଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋସୋ, କୁଶଟିକିରି, ରଗୁଡିଆ, ମୟୁରନଚା ଓ ମଧୁବନ ଠାରେ ଶିବିର ମାନ କରାଯାଇ ଆଜି ସୁଧା ୬୪୨ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ବିପିଏମ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି । ତନ୍ମଧ୍ୟରୁ ୪୦୮ ରିପୋର୍ଟ ଆସିଥିବାବେଳେ ସେଥିମଧ୍ୟରୁ ୩୭୮ଟି ନେଗେଟିଭ ରିପୋର୍ଟ ବୋଲି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.