Home ଜିଲ୍ଲା ପରିକ୍ରମା ୫୩ ବର୍ଷରେ ପଦାର୍ପଣ କଲା ଭଦ୍ରକର ରାଜଘାଟ କାଳୀ, ଦର୍ଶକଙ୍କ ମନମୋହୁଛି ପୁରାଣ ଓ ଆଧୁନିକ...

୫୩ ବର୍ଷରେ ପଦାର୍ପଣ କଲା ଭଦ୍ରକର ରାଜଘାଟ କାଳୀ, ଦର୍ଶକଙ୍କ ମନମୋହୁଛି ପୁରାଣ ଓ ଆଧୁନିକ ଛାପର ମୋଟର ଚାଳିତ ପାଶ୍ୱର୍ ମେଢ

0

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ଚଳିତବର୍ଷ ଜିଲା ପ୍ରଶାସନର ନିଷ୍ପତି କ୍ରମେ ୯ ଦିନ ହେଉଛି। ଚରମ୍ପା ଓ ରାଜଘାଟ ସମେତ ବିଭିନ୍ନ ସ୍ଥାନରେ ପୂଜା ପାଇଆସୁଥିବା ୧୨ ଟି ମେଢ ନିକଟରେ ରୀତିନୀତି ଅନୁଯାୟୀ ମା’ଙ୍କୁ ଆରାଧନା କରାଯାଇଛି। ତେବେ ଏହି ମେଢଗୁଡିକ ନିକଟରେ ଜନ ସମାଗମ ଆରମ୍ଭ ହୋଇଛି। ୧୨ ଟି କାଳୀ ମଧ୍ୟରୁ ରାଜଘାଟ କାଳୀପୂଜା ଚଳିତବର୍ଷ ତାର ୫୩ ବର୍ଷ ପୂର୍ତି ପାଳନ କରୁଛି। ଦୀର୍ଘ ୩୩ ବର୍ଷ ଏହି କମିଟିର ସଭାପତି ଭାବେ ରହିଆସିଥିବା ସମାଜସେବୀ ଅଶୋକ କୁମାର ନାୟକ ଓ ସଂପାଦକ ବ୍ରଜଗୋପାଳ ଦାସଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ମାତ୍ର ୭ ଶହ ଟଙ୍କାରେ ଆରମ୍ଭ ହୋଇଥିବା ଏହି ପୂଜାର ବ୍ୟୟ ଏବେ ପ୍ରାୟ ୭ ଲକ୍ଷ ଟଙ୍କାରେ ପହଂôଚଛି। ପୂର୍ବରୁ ଯେଉଁଭଳି ଭାବେ ଯାକଜମକରେ ଏହା ପାଳିତ ହେଉଥିଲା, ଏବେ ତାହା ସେହିଭଳି ଭାବେ ପାଳିତ ହୋଇଆସୁଅଛି। ଚଳିତବର୍ଷ ଏହି ମେଢର ବିଶେଷ ଆକର୍ଷଣ ବାରୁଆଳୀ (ପାଶ୍ୱର୍ ମେଢ)। କୋଲକାତାରୁ ଆସିଥିବା ଶିଳ୍ପୀମାନେ ଯେଉଁ ବିଦ୍ୟୁତ୍ ଚାଳିତ ପାଶ୍ୱର୍ ମେଢ ନିର୍ମାଣ କରିଛନ୍ତି, ତାହା ବେଶ୍ ଶିକ୍ଷଣୀୟ। ପୁରାଣ ଓ ଆଧୁନିକତାର ଛାପରେ ବୃକ୍ଷ ହିଁ ଜୀବନ, ଜଗନ୍ନାଥଙ୍କ କାଳୀଙ୍କର ପୁତ୍ରବତ ସ୍ନେହ, କାଳୀ ସ୍ୱାମୀ ଶିବଙ୍କ ଉପରେ ପାଦ ଥାପି ପାପର ପ୍ରାୟଶ୍ଚିତ କରିବା, ରକ୍ତଦାନ ମହତଦାନ, ଜରାସନ୍ଧ ବଧ ଭଳି ଚରିତ୍ରକୁ ଏହି ଶିଳ୍ପୀମାନେ ବେଶ୍ ଚିତ୍ରଣ କରିଛନ୍ତି। ଏହି ପାଶ୍ୱର୍ ମେଢରେ ପ୍ରାୟ ଏକଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବାବେଳେ ବିୁଦ୍ୟତ୍ ଗେଟ୍ ଓ ସାଜସଜା ବାବଦକୁ ୨ ଲକ୍ଷ ଓ ମା’ଙ୍କ ମେଢ ଓ ପୂଜାର୍ଚ୍ଚନାରେ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ପାଖ ଦୁଇଟି ଗ୍ରାମବାସୀଙ୍କ ବିନା ସହାୟତାରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ଏହି ପୂଜା ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନର ସହଯୋଗରେ ବେଶ୍ ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଆସୁଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.