ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୂଷୁରୀସ୍ଥିତ ମୁରଲୀଧର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ହରିହଂସ ଠାରେ ଅନୁଷ୍ଠିତ ହୋଇଯାଇଛି।ହରିହଂସସ୍ଥିତ କୀର୍ତନ ମଣ୍ଡପରେ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ୧୯୭୩ ଏବଂ ୧୯୭୭ ବ୍ୟାଚର ବିଦ୍ୟାର୍ଥୀମାନେ ଏକତ୍ରିତ ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ। ବିଦ୍ୟାଳୟ ଜୀବନର ଅଭୂଲା ମୁହୂର୍ତକୁ ରୋମନ୍ଥନ କରି ସାମ୍ପ୍ରତିକ ସ୍ଥିତି ଅବସ୍ଥିତ ବିଷୟରେ ଆଲୋଚନା କରିଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁରୁଣା ସହପାଠୀମାନେ ପରସ୍ପରକୁ ଭେଟି ଶ୍ରେଣୀଗୃହର ମଜାମସ୍ତି, ଶିକ୍ଷକଙ୍କ ସ୍ନେହ ଆକଟ ଓ ସାଙ୍ଗମାନଙ୍କ ସହ ବିତାଇଥିବା ସୁନ୍ଦର ମୁହୂର୍ତଗୁଡ଼ିକୁ ମନେ ପକାଇଥିଲେ। ବନ୍ଧୁମିଳନରେ ବିଜୟ କୁମାର ନାୟକ, ବିଜୟ ପରିଡ଼ା, କାହ୍ନୁଚରଣ ପଣ୍ଡା, ହୃଦାନନ୍ଦ ସାଏନ୍ତ, ନାରାୟଣ ଚନ୍ଦ୍ର ମିଶ୍ର, ମହେଶ୍ୱର ପ୍ରଧାନ, ପ୍ରଦୀପ୍ତ ମହାନ୍ତି, ସୁବାସ ଚନ୍ଦ୍ର ଗୁପ୍ତା, ଜଗନ୍ନାଥ ବେହେରା, ନରେନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନନ୍ଦ, ଧୀରେନ୍ଦ୍ର ପାଳ, ବାଇଧର ମାଝୀ, ସୁଧୀର ତରାଇ ଓ ଉପେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।








