Home ଜିଲ୍ଲା ପରିକ୍ରମା ଓଡ଼ିଆ ସାରସ୍ୱତ ଜଗତରେ ଭଦ୍ରକ ଭୂଖଣ୍ଡର ବଳିଷ୍ଠ ଭୂମିକା ରହିଛି, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ...

ଓଡ଼ିଆ ସାରସ୍ୱତ ଜଗତରେ ଭଦ୍ରକ ଭୂଖଣ୍ଡର ବଳିଷ୍ଠ ଭୂମିକା ରହିଛି, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ନବମ ସନ୍ଧ୍ୟା

0

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାରସ୍ୱତ ଜଗତରେ ଭଦ୍ରକ ଭୂଖଣ୍ଡର ବଳିଷ୍ଠ ଭୂମିକା ରହିଛି।ଭଦ୍ରକ ମାଟିର ମଣିଷ ବିପ୍ର କବି ବଂଶୀ ବଲ୍ଲଭ ଗୋସ୍ୱାମୀ, ଲୋକ କବି ଜଗନ୍ନାଥ ପାଣି, କବି ଶେଖର ଚିନ୍ତାମଣି ମହାନ୍ତି,କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି, ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ର,କେଶବ କବି କୃଷ୍ଣପ୍ରସାଦ ବେହେରା, ଗୀତିକାର ନରସିଂହ ମହାପାତ୍ର,ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଭଳି ବହୁ ସାରସ୍ୱତ ସାଧକ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତ ବୋଲି ଅବନ୍ତିକା ଆବାସିକ ବିଦ୍ୟାଳୟ,ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ନବମ ସନ୍ଧ୍ୟାକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସମ୍ମାନ ଜଣାଇ ଉତ୍ସର୍ଗ କରାଯାଇଥିଲା ଏବଂ ସମାରୋହରେ “ଓଡ଼ିଆ ସାରସ୍ୱତ ଜଗତକୁ ଭଦ୍ରକର ଅବଦାନ’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ମହୋତ୍ସବର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନାସିର ବକ୍ସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଅବସର ପ୍ରାପ୍ତ ପ୍ରାଧ୍ୟାପିକା ତଥା ବିଧିବକ୍ତା ଡ. ରାଧାରାଣୀ ମହାପାତ୍ର ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ଶିବ ଚରଣ ଖାମୁରାଇ ମୁଖ୍ୟ ବକ୍ତା , ଗ୍ରାମ୍ୟ ଉନ୍ନୟନ ଅଧିକାରୀ ତଥା କବି ନିର୍ମଳ ଚନ୍ଦ୍ର ବେହୁରିଆ ବରେଣ୍ୟ ବକ୍ତା, ଓଡ଼ିଶା ତେଜସ୍ୱିନୀ ମହିଳା ସଂଗଠନର ସଭାନେତ୍ରୀ କଳ୍ପନା ଜେନା, ସାମାଜିକ କର୍ମୀ ତଥା କବୟିତ୍ରୀ ସୁମିତ୍ରା ପାଣି, ଜଗା ଚାକର ସଙ୍ଘ , ପୁରୀ ଓ ନନ୍ଦିନୀ ମହିଳା ସଂଗଠନର ସଂଯୋଜିକା ସୁପ୍ରଭା ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବ ଓ ପୁସ୍ତକ ମେଳାର ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ଓ ସ୍ୱାଗତ ଭାଷଣ, ଉପସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ଅତିଥି ପରିଚୟ ଓ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। ସହ ସମ୍ପାଦ ତଥା ଶିକ୍ଷୟିତ୍ରୀ ମନୋରମା ରାୟ ଶ୍ଳୋକପାଠ, ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ନନ୍ଦିନୀ ମହିଳା ସଂଗଠନର ଆନୁକୁଲ୍ୟରେ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବି ନାରାୟଣ ଚନ୍ଦ୍ର ପାଢ଼ୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା, କବୟିତ୍ରୀ ଚୈତାଳୀ ଖିଲାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମନ୍ଦିରା ଡ୍ୟାନ୍ସ ଗ୍ରୁପର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.