Home ଜିଲ୍ଲା ପରିକ୍ରମା ଆଧ୍ୟାତ୍ମିକ ପତ୍ରିକା ‘ଶକ୍ତିମୟୀ’ଲୋକାର୍ପିତ

ଆଧ୍ୟାତ୍ମିକ ପତ୍ରିକା ‘ଶକ୍ତିମୟୀ’ଲୋକାର୍ପିତ

1

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଧାମନଗର ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ବ୍ରାହ୍ମଣପାଳ ଠାରେ ବୁଧବାର ଆଧ୍ୟାତ୍ମିକ ପତ୍ରିକା”ଶକ୍ତିମୟୀ’ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣପାଳସ୍ଥିତ ଆରଧ୍ୟା ଦେବୀ ମା’ଦକ୍ଷିଣକାଳୀଙ୍କ ମହିମା, ଐତିହ୍ୟ ଓ ଇତିହାସକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରକାଶିତ ପତ୍ରିକା ଶକ୍ତିମୟୀର ଉନ୍ନବିଂଶତମ ସଂସ୍କରଣ ପୀଠ ପରିସରରେ ଅତିଥୀମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।ଚଳିତ ସଂଖ୍ୟାର ପତ୍ରିକାରେ ମା’ ଦକ୍ଷିଣକାଳୀଙ୍କ ଆବିର୍ଭାବ, ମହିମା, ମାହାତ୍ମ୍ୟ, ପୂଜାବିଧି ଓ ଐତିହାସିକ ପରମ୍ପରା ସମ୍ପର୍କରେ ବିଭିନ୍ନ ତଥ୍ୟ ସ୍ଥାନ ପାଇଛି। ଏହି ଅବସରରେ ମା’ଙ୍କ ମୁଖ୍ୟ ପୂଜକ ସନ୍ତୋଷ କୁମାର ପଣ୍ଡା, ବ୍ରାହ୍ମଣପାଳ କାଳୀ କମିଟିର ସମ୍ପାଦକ ହେମନ୍ତ କୁମାର ସୂତାର,ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ରାମଚନ୍ଦ୍ର ପଣ୍ଡା, ପ୍ରଫେସର ଡ଼ ବାସୁଦେବ ବାରିକ,ଅଧ୍ୟାପକ ସୁରଞ୍ଜନ ପଣ୍ଡା, ସାହିତ୍ୟିକ କୈଳାସ ଚନ୍ଦ୍ର ପଣ୍ଡା, ନାରାୟଣ ଚନ୍ଦ୍ର ପାଢ଼ୀ,ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ,ପଣ୍ଡିତ ନାରୟଣ ଚନ୍ଦ୍ର ମିଶ୍ର, ନବଶ୍ରୀ ଶୁଭ ସୂର୍ଯ୍ୟ, ସନ୍ତୋଷ ପୃଷ୍ଟି ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଶକ୍ତିମୟୀର ସମ୍ପାଦକ ଶିକ୍ଷାବିତ ଗୟାଧର ପଣ୍ଡା ଉତ୍ସବକୁ ସଂଯୋଜନା କରିଥିଲେ। ସାମ୍ବାଦିକ ଦୀପ୍ତିରଞ୍ଜନ ନାୟକ, କାଳନ୍ଦି ବେହେରା, ସିଦ୍ଧାର୍ଥ ଶଙ୍କର ମିଶ୍ର, ରତିକାନ୍ତ ନାୟକ, ପଙ୍କଜ କୁମାର ଦାସ, ସ୍ମୃତିରଞ୍ଜନ ଦୁବେଇ,ମାନସ ରଞ୍ଜନ ସାହୁ ନିର୍ମଳ ଚନ୍ଦ୍ର ଦାସ ଙ୍କ ସମେତ ବହୁ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଓ ଅଂଚଳବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.