Home ଜିଲ୍ଲା ପରିକ୍ରମା ୩୦ ବର୍ଷର ଫଳପୁରର ଜଙ୍ଗଲ ଜମି ଏବେ ବ୍ୟକ୍ତିଗତଙ୍କ ନାଁରେ : ଆନ୍ଦୋଳନ ପାଇଁ ୫...

୩୦ ବର୍ଷର ଫଳପୁରର ଜଙ୍ଗଲ ଜମି ଏବେ ବ୍ୟକ୍ତିଗତଙ୍କ ନାଁରେ : ଆନ୍ଦୋଳନ ପାଇଁ ୫ ପଂଚାୟତବାସୀ ଏକଜୁଟ

286

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଧିନରେ ଥିବା ବିଭିନ୍ନ ଗୋଚର, ଅନାବାଦୀ ଓ ଜଙ୍ଗଲ ଜମିକୁ କେତେକ ଜମି ଦଲାରୀ ଚଂଚକତା କରି ନିଜ ନାମରେ କରି ନେଇଥିବା ଅଭିଯୋଗ ହୋଇଛି । ଏପରିକି ଉକ୍ତ ଜମିରେ ସଂପୃକ୍ତ ଦଲାରୀମାନେ ପକ୍କାଘର ସହିତ ଜବରଦଖଲ କରିବାରେ ସକ୍ଷମ ହୋଇଛନ୍ତି । ଏନେଇ ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ସତ୍ୱେ ବି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଥାଉକି ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ପଂଚାୟତ ଫଳପୁର ମୌଜାର ତଫସିଲ ଗ୍ରାମ୍ୟ ଜଙ୍ଗଲ ବୃତିକୁ ଚଂଚକତା କରି ଧୁଷୁରୀ ଅଂଚଳର ଜନୈକ ବ୍ୟକ୍ତି ନିଜ ନାମରେ ପଟ୍ଟା କରିନେଇଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ, ଜମିଦାରୀ ସମୟରେ ସୁଶିଳାବାଳା ଦାସୀ ନାମରେ ଉକ୍ତ ତଫସିଲ ରେକର୍ଡ ଦରଜ ଥିଲା । ସାବକରେ ଏହାର ଖାତା ନଂ-୧୩୫ ଅବଂ ପ୍ଲଟ ନଂ-୧୫୬୦ ଓ ୧୫୬୧, ରକବା ୨ଏକର ୧୧ ଡିସିମିଲ ଥିଲା । ତତ୍‌ପରେ ଉକ୍ତ ତଫସିଲ ହାଲ ବନ୍ଦୋବସ୍ତରେ ରାଧାକାନ୍ତ ବୋଷ ପିତା-ରାମକୃଷ୍ଣ ବୋଷ, ବାସସ୍ଥାନ-କୋଠାରରେ ରେକର୍ଡ ଦରଜ ଥାଇ ପୁନ୍ନର୍ବାର ରାଧାକାନ୍ତ ବୋଷଙ୍କ ଦୁଇ କନ୍ୟା ରାଜେଶ୍ୱରୀ ଦେ ଓ ତନୁଶ୍ରୀ ମିତ୍ରଙ୍କ ନାମରେ ରେକର୍ଡ ହୋଇଥିଲେ ହେଁ ପ୍ରକୃତପକ୍ଷେ ସେମାନେ କେହିଁ ଏହି ଜଙ୍ଗଲ ଜମିରେ ଦଖଲଦାରୀ ନଥିଲେ । ପରବର୍ତୀ ସମୟରେ ଧୁଷୁରୀ ଅଂଚଳର ଜନୈକ ବ୍ୟକ୍ତି ସେମାନଙ୍କ ଠାରୁ ଚଂଚକତା କରି ଉକ୍ତ ଜଙ୍ଗଲ ଜମିକୁ ନିଜ ନାମରେ କରି ପଟ୍ଟା ପାଇବାରେ ସକ୍ଷମ ହୋଇଛନ୍ତି । ଏହି ଚଂଚକତା ଘଟଣା ଜଣାପଡିବା ପରେ ଆଖପାଖ ଅଂଚଳର ଭଟ୍ଟସାହି ସମେତ ନଦୀଗାଁ, ଦଳାଙ୍ଗ, ଅର୍ଜୁନପୁର ଓ ବୟାଙ୍ଗଡିହ ଆଦି ପଂଚାୟତର ଶହଶହ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ଗ୍ରାମ୍ୟ ଜଙ୍ଗଲରେ ପାରିପାଶ୍ୱର୍ରେ ଅରଳେଶ୍ୱର ମହାଦେବ ମନ୍ଦିର, ଶନିଦେବଙ୍କ ମନ୍ଦିର, କଣ୍ଡିଆଶୁଣି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅସ୍ଥାନ ରହିଛି । ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ଏବଂ ଜଙ୍ଗଲର ଚତ୍ରୁପାଶ୍ୱର୍ରେ କଣ୍ଡିଆ ଓ ଗେଙ୍ଗୁଟି ନଦୀ ଥିବାରୁ ପରିବେଷକୁ ସୁନ୍ଦର କରିଛି । ଏନେଇ ଉକ୍ତ ୫ଟି ପଂଚାୟତର ଶତାଧିକ ଜନସାଧାରଣ ଏହି ଗ୍ରାମ୍ୟ ଜଙ୍ଗଲ ପରିସରରେ ଥିବା କଣ୍ଡିଆଶୁଣୀ ପୀଠରେ ଏକତ୍ରିତ ହୋଇ ପରବର୍ତୀ କାର୍ଯ୍ୟପନ୍ଥା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

୩୦ ବର୍ଷ ଧରି ସରକାରଙ୍କ ଏହି ସ୍ଥାନ ଗ୍ରାମ୍ୟ ଜଙ୍ଗଲର ମାନ୍ୟତା ପାଇଥିଲା ବେଳେ କିପରି ଭାବେ ଏହି ଜମିକୁ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ରେକର୍ଡଭୃକ୍ତ କରାଗଲା । ଏହି ର‌୍ୟାକେଡ ପଛରେ କେଉଁ ସରକାରୀ ଅଧିକାରୀଙ୍କ ହାତ ଅଛି ତାହାକୁ ତୁରନ୍ତ ବାହାର କରିବା ସହିତ ଜଙ୍ଗଲ ଜମିକୁ ସୁରକ୍ଷା ଦେବା ପାଇଁ ଏକ ପ୍ରତିନିଧି ଦଳ ଆଗାମୀ ଦିନରେ ଭଦ୍ରକ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ ସ୍ଥିର କରାଯାଇଛି । ଏଥିସହ ଧାମନଗର ତହସିଲଦାରଙ୍କ ସମେତ ମୁଖ୍ୟମନ୍ତ୍ରୀ, ଆରଡିସି, ରାଜସ୍ୱ ଓ ଜଙ୍ଗଲ ବିଭାଗର ମନ୍ତ୍ରୀ, ସାଂସଦ, ସ୍ଥାନୀୟ ବିଧାୟକ ଓ ପଂଚାୟତ ସମିତି ଅଧ୍ୟକ୍ଷଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ହୋଇଛି । ଏହି ବୈଠକରେ ସମାଜସେବୀ ମଧୁସୂଦନ ମହାନ୍ତିଙ୍କ ସଭାପତିତ୍ୱରେ ନାରାୟଣ ଚନ୍ଦ୍ର ନାୟ, ସଂଜୟ କୁମାର ମହାପାତ୍ର, ଉମେଶ ଚନ୍ଦ୍ର ମହାନ୍ତି, ସମିତିସଭ୍ୟ ବିରଜା ପ୍ରସନ୍ନ ରାଉତ, ବିଶ୍ୱଜିତ ପତି, ସଂଜିବ କୁମାର ସାହୁ, ଦୁଃଶାସନ ପଣ୍ଡା, ପ୍ରମୋଦ କୁମାର ମହାନ୍ତି, ମନୋଜ କୁମାର ମହାନ୍ତି, ଗୋଲେଖ ଚନ୍ଦ୍ର ମହାନ୍ତି, ହରେକୃଷ୍ଣ ମହାଳିକ, ଆନନ୍ଦଚନ୍ଦ୍ର ମହାପାତ୍ର, ବାବାଜୀ ଚରଣ ନାୟକ, ପ୍ରଦୀପ ମହାପାତ୍ର, ସନ୍ଦିପ ମହାନ୍ତି, ଜନ୍ମଜୟ ପତି, ବୁଲୁ ପଣ୍ଡା, ଉପେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ସାହୁ, ପ୍ରଦୀପ ନାୟକ, ଦିପ୍ତି ମହାପାତ୍ର, କ୍ଷେତ୍ରବାସୀ ବାରିକ, ହରେକୃଷ୍ଣ ପ୍ରଧାନ, ପ୍ରତାପ ଜେନାଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉପରୋକ୍ତ କାର୍ଯ୍ୟକୁ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.