Home କନ୍ଧମାଳ ୨୦୦ କେଜି ମହୁଲ ସହ ଅଟୋ ଜବତ : ୨ ଗିରଫ

୨୦୦ କେଜି ମହୁଲ ସହ ଅଟୋ ଜବତ : ୨ ଗିରଫ

87

ବାଲିଗୁଡା, ୧/୯-(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ): ବେଆଇନ ମଦ ରାନ୍ଧିବା ପାଇଁ ୨ କୁଇଣ୍ଟାଲ ମହୁଲ ଚାଲାଣ ବେଳେ ରାଇକିଆ ପୁଲିସ୍‍ ଅଟୋ ସହ ମହୁଲ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ରାଇକିଆ ଥାନା ଅନ୍ତର୍ଗତ କୁମ୍ଭାରଖଡି ଗ୍ରାମର ଅଚ୍ୟୁତାନନ୍ଦ ଦିଗାଲ ଓ ବୁଲୁ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି ପ୍ରକାଶଯେ, ମାଣିକଶ୍ୱେର ପଂଚାୟତର କୁମ୍ଭାରିଖଡ଼ି ଅଞ୍ଚଳରୁ ଜବତ ଅଟୋ ଦ୍ୱାରା ମହୁଲ ରାଇକିଆ ଅଣାଯାଉଥିବାବେଳେ ମାଣିକେଶ୍ୱର ନିକଟରେ ପୁଲିସ୍‍ ଅଟକାଇ ତନଖୀ ବେଳେ ଜବତ କରିଛି। କେସ ନଂ ୫୭/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.