Home ଜିଲ୍ଲା ପରିକ୍ରମା ୨୦ରେ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ଆରମ୍ଭ,ଶିବଗଙ୍ଗା ପୁଷ୍କରିଣୀରେ ଚାପ ଖେଳକୁ ନେଇ ଦ୍ୱନ୍ଦରେ ସେବାୟତ!ଭିନ୍ନ ଭିନ୍ନ ମତ...

୨୦ରେ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ଆରମ୍ଭ,ଶିବଗଙ୍ଗା ପୁଷ୍କରିଣୀରେ ଚାପ ଖେଳକୁ ନେଇ ଦ୍ୱନ୍ଦରେ ସେବାୟତ!ଭିନ୍ନ ଭିନ୍ନ ମତ ବଦଳାଉଛି ପ୍ରଶାସନ

3

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୨୦ରେ ଅର୍ଥାତ୍ ପବିତ୍ର ଅକ୍ଷୟତୃତୀୟା ଠାରୁ ୨୧ଦିନ ବ୍ୟାପି ଆରମ୍ଭ ହେବା ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତ ପରିବାରକୁ ଦୈନନ୍ଦିନ ପାଳି(ସେବାପୂଜା) ନିମନ୍ତେ ଲିଖିତ ପତ୍ର ଚଳିତମାସ ୧୦ତାରିଖରେ ବଂଟନ କରାଯାଇଥିଲା। ହେଲେ ଶିବଗଙ୍ଗା ପୁଷ୍କରିଣୀର କାର୍ଯ୍ୟ ନିମନ୍ତେ ଚଳିତବର୍ଷ ବାବାଙ୍କର ବାହାର ଚନ୍ଦନଯାତ୍ରା ଓ ଚାପଖେଳ ବନ୍ଦ ରହିବା ସହ ମନ୍ଦିର ଭିତରେ ବିଧିପୂର୍ବକ ନୀତି କାନ୍ତି ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିଲା। ହେଲେ ପୁର୍ନବାର ମଙ୍ଗଳବାର(୧୪ତାରିଖରେ) ମନ୍ଦିର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପୂର୍ବପରି ଶିବଗଙ୍ଗା ପୁଷ୍କରିଣୀରେ ବାବାଙ୍କ ଚାପଖେଳ ହେବା ସହ ସେବାୟତମାନେ ଦୈନନ୍ଦିନ ନୀତି ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଥିଲା। ମନ୍ଦିର ପ୍ରଶାସନର ଏପରି ଭିନ୍ନ ଭିନ୍ନ ମତକୁ ନେଇ ସେବାୟତମାନେ ଦ୍ୱନ୍ଦରେ ପଡ଼ିଛନ୍ତି। ଏପରିକି ମନ୍ଦିର ବରିଷ୍ଠ ସେବାୟତ ପ୍ରଶାସନର ଏପରି ନିଷ୍ପତିକୁ ନିନ୍ଦା କରିବା ସହ ଆସନ୍ତା ୨୦ ଚନ୍ଦନଯାତ୍ରା ନଦୀତୀରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବରୁ ମନ୍ଦିର ପ୍ରଶାସନ ମନ୍ଦିରରେ ଅନୁଷ୍ଠିତ ପର୍ବପର୍ବାଣୀ ଓ ସ୍ୱତନ୍ତ୍ର ନୀତିକାନ୍ତି ବାବଦରେ ବରିଷ୍ଠ ସେବାୟତମାନଙ୍କୁ ନେଇ ଆଲୋଚନା କରିଥାଏ। ହେଲେ ଚଳିତବର୍ଷ କୈଣସି ସେବାୟତଙ୍କ ପରାମର୍ଶ ନେଇନଥିବା ପାଳିଆ ସେବାୟତମାନେ ଅଭିଯୋଗ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.