Home ଜିଲ୍ଲା ପରିକ୍ରମା ୨ୟ ପର୍ଯ୍ୟାୟ ଜେଇଇ,ନିଟ ମେନ ପରୀକ୍ଷାର୍ଥୀଙ୍କୁ ମାଗଣାରେ ବସ ସେବା ଯୋଗାଇଲେ ଜିଲ୍ଲାପ୍ରଶାସନ

୨ୟ ପର୍ଯ୍ୟାୟ ଜେଇଇ,ନିଟ ମେନ ପରୀକ୍ଷାର୍ଥୀଙ୍କୁ ମାଗଣାରେ ବସ ସେବା ଯୋଗାଇଲେ ଜିଲ୍ଲାପ୍ରଶାସନ

81

ମାଲକାନଗିରି,୨ା୯(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାର ଜେଇଇ,ନିଟ ମେନ ପରୀକ୍ଷାର୍ଥୀ ମାନଙ୍କୁ ଦ୍ୱତୀୟ ପର୍ଯ୍ୟାୟରେ ଆରମ୍ଭ ହେଉଥିବା ପରୀକ୍ଷା କେନ୍ଦ୍ରଗୁଡିକୁ ଯିବାପାଇଁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ ମାଗଣାରେ ବସ ସେବା ର ବ୍ୟବସ୍ଥା କରିଛନ୍ତି । ଆଜି ଜିଲ୍ଲାରୁ ୫୧ ଜଣ ପରୀକ୍ଷାର୍ଥୀ ଓ ୧୯ଜଣ ସେମାନଙ୍କ ଅଭିଭାବକ ସ୍ୱତନ୍ତ୍ର ବସ ଯୋଗେ ଭୁବନେଶ୍ୱର,ବ୍ରହ୍ମପୁର ଓ ସମ୍ବଲପୁର ରେ ହୋଇଥିବା ପରୀକ୍ଷା କେନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି, ଆଜି ସକାଳେ ଏହି ବସଟିକୁ ଭଲଭାବରେ ସାନିଟାଇଜ କରାଯାଇ ବସରେ ଯାତ୍ରାକରୁଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ସ୍କ୍ରୀନ ଟେଷ୍ଟ କରାଯାଇଥିଲା । ସ୍ଥାନୀୟ ଆଚଂଳିକ ପରିବହନ କାର୍ଯ୍ୟାଳୟ ପରିସର ଠାରେ ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶପରିଷଦ ଅଧ୍ୟକ୍ଷ ମାନସ ମାଡାକମି,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ସବୁଜପତାକା ଦେଖାଇ ପରୀକ୍ଷାର୍ଥୀ ମାନଙ୍କ ସଫଳ କାମନାକରି ଯାତ୍ରା ମଙ୍ଗଳମୟ ହେଉ ବୋଲି କହି ବିଦାୟ ଦେଇଥିଲେ । ଏହି ବିଦାୟକାଳିନ ସମୟରେ ଅନ୍ୟାନ ମାନଙ୍କ ମଧ୍ୟରେ ଜେଇଇ,ନିଟ ର ଜିଲ୍ଲାନୋଡାଲ ଅଫିସର ଜିଲ୍ଲାଶିଳ୍ପକେନ୍ଦ୍ରର ଅଧ୍ୟକ୍ଷ ଇଂ.ରାଜେଶ କୁମାର ତ୍ରୀପାଠୀ, ଏମଭିଆଇ ଖଗେଶ୍ୱର ମୁର୍ମୁ,ଟ୍ରାଫିକ ଇନିସପେକ୍ଟର ଜଶକେତନ ସଗରିଆ ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ରହି ବସରେ ଯାତ୍ରାକରୁଥିବା ସମସ୍ତଙ୍କୁ ବିସ୍କୁଟ,ପାଣି ବୋତଲ,ସୁଖିଲା ଖାଦ୍ୟପୁଡିଆ ସହିତ ମାସ୍କ,ସାନିଟାଇଜର ପ୍ରଦାନକରଛନ୍ତି । ଜିଲ୍ଲାପ୍ରଶାସନର ଏହି ସେବା ମନୋବୃତି କୁ ପରୀକ୍ଷାର୍ଥୀ ଓ ସେମାନଙ୍କ ଅବିଭାବକ ମାନେ ପ୍ରଶଂସା କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.