Home ଜିଲ୍ଲା ପରିକ୍ରମା ୧୨ କିଲୋଗ୍ରାମ ଗଂଜେଇ ସହ ଲକ୍ଷାଧିକ ଟଙ୍କା ଜବତ, ଜଣେ ଗିରଫ

୧୨ କିଲୋଗ୍ରାମ ଗଂଜେଇ ସହ ଲକ୍ଷାଧିକ ଟଙ୍କା ଜବତ, ଜଣେ ଗିରଫ

23

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ରାଣୀତାଲରେ ଚଢାଉ କରାଯାଇ ୧୨ କିଲୋଗ୍ରାମ ଗଂଜେଇ ସହ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ପ୍ରାପ୍ତ ଖବର ଅନୁଯାୟୀ ଭଦ୍ରକରେ ଦିନକୁ ଦିନ ନିଶାଦ୍ରବ୍ୟ କାରବାର ବହୁଥିବାରୁ ଜିଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ ଏବଂ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ବଜାର ନିକଟରେ ଥିବା ଏକ ଦୋକାନ ଘରେ ଚଢାଉ କରି ୧୨ କିଲୋଗ୍ରାମ ଗଂଜେଇ ସମେତ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି । ଏଥିସହ ସଂପୃକ୍ତ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଜଗଦଳପୁର ପଂଚାୟତର ପିତାଗଢିଆ ଗ୍ରାମର କୈଳାସ ସାହୁଙ୍କ ପୁତ୍ର ରବିନ୍ଦ୍ରକୁ ଗିରଫ କରିଛି । ଏହି ଚଢାଉରେ ଏସ୍‌ଆଇ ସନ୍ତୋଷ କୁମାର ବଳ, ଏଏସ୍‌ଆଇ ନନ୍ଦୁ ନାୟକ ଓ ସନ୍ତୋଷ ଦାସ, କନେଷ୍ଟବଳ ରମେଶ ନାୟକ, ଅଜିତ୍ କୁମାର ସିଙ୍କୁ, ପରେଶ ଟୁଡୁ, ମିଥୁନ ଜେନା, ରଶ୍ମିରେଖା ଜେନା ପ୍ରମୁଖ ସାମିଲ ଥିଲେ । ଏ ନେଇ ଭଦ୍ରକ ଅବକାରୀ ଥାନା କେଶ୍ ନଂ ୧୨୬/୨୦-୨୧ ମୂଳେ ମାମଲା ରୁଜୁ କରାଯାଇଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏଠାରେ ସୂଚନାଯୋଗ୍ୟ ରାଣୀତାଲ ଓ ଏହାର ଆଖପାଖ ଗ୍ରାମରେ କେବଳ ଗଂଜେଇ ନୁହଁ ଦେଶୀ ଓ ବିଦେଶୀ ମଦର ଖୋଲମ ଖୋଲା ବିକ୍ରି ଚାଲୁଥିବାବେଳେ ଅବକାରୀ ବିଭାଗ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନଥିବାରୁ ଅପରାଧୀ ଜାମିନରେ ଆସି ପୁଣି ଏହି ବେପାରରେ ଲାଗି ଯାଉଛନ୍ତି । ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.