Home ଜିଲ୍ଲା ପରିକ୍ରମା ୟୁଥ ଫର ଏକ୍ସନ୍ ପକ୍ଷରୁ ଭଦ୍ରକରେ କମ୍ବଳ ବଣ୍ଟନ

ୟୁଥ ଫର ଏକ୍ସନ୍ ପକ୍ଷରୁ ଭଦ୍ରକରେ କମ୍ବଳ ବଣ୍ଟନ

29

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ଜାତୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ସଡ଼ଙ୍ଗି ଯୁବକମାନଙ୍କୁ ସଙ୍ଗଠିତ ଭାବେ ସାଧାରଣ ସମସ୍ୟାର ସମାଧାନ ନିମନ୍ତେ ୟୁଥ ଫର ଏକ୍ସନ୍ ସମାଜିକ ସଙ୍ଗଠନ ଗଢି ଯୁବକମାନଙ୍କ ମଧ୍ୟରେ ସେବା ମେନୋବୃତ୍ତି ସୃଷ୍ଟି କରୁଛନ୍ତି । ଏହି କ୍ରମରେ ୟୁଥ ଫର ଏକ୍ସନ୍ ର ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଅଭାବୀ ପରିବାରକୁ ଶୀତଦାଉରୁ ରକ୍ଷା ପାଇବା ପାଇଁ ୧୫୦ କମ୍ବଳ ବଣ୍ଟନ କରାଯାଇଛି । ବୁଧବାର ଜିଲ୍ଲା ସଂଯୋଗକ ସରୋଜ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ସମାଜସେବୀ ତଥା ବିଜେପି ନେତା ରାଜୀବ ମହାନ୍ତି, କୁସୁମ ଟିଭିର ଅଧ୍ୟକ୍ଷା କୁସୁମ ମଞ୍ଜରୀ ଦାସ, ସମାଜସେବୀ ଅନୁପ ମହାନ୍ତି, ଚନ୍ଦ୍ରମୋହନ ମହାପାତ୍ର, ସୁରେନ୍ଦ୍ର ଦାସ, ମମତା ମହାନ୍ତି, ଦିପକ ଦାଦା ପ୍ରମୁଖ ସ୍ଥାନୀୟ ଡ଼ଗମୁଣ୍ଡ ସ୍ଥିତ କୃଷ୍ଠ କଲୋନୀ, ବାଗୁରାଇ ଆଧିବାସୀ ସାହି ଏବଂ ଚରମ୍ପା ରେଳ ଷ୍ଟେସନ ଶିବମନ୍ଦିର ପାଶ୍ୱର୍ରେ କିନ୍ନର ସମାଜର ସଦସ୍ୟା ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ଚିନ୍ମ ସେନାପତି, ବିଭୁତି ପରିଡ଼ା, ସଞ୍ଜୟ ଦାସ, ବିବେକାନନ୍ଦ ବାରିକ, ଦେବାଶିଷ ତ୍ରିପାଠୀ, ସୁଶାନ୍ତ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.