Home ଜିଲ୍ଲା ପରିକ୍ରମା ଜିଲାସ୍କୁଲରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

ଜିଲାସ୍କୁଲରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

31

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାସ୍କୁଲରେ ପରିଚାଳିତ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜାତୀୟ ସବୁଜ ବାହିନୀର ସଭାପତି ତଥା ଜିଲାସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଲିକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାର ପ୍ରାରମ୍ଭରେ ସ୍ୱାମୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତତ୍‌ପରେ ଭର୍ଚୁଆଲ ମୋଡ୍‌ରେ ଛାତ୍ରଛାତ୍ରୀମାନେ ଯୋଡି ହୋଇଥିଲେ । ଉପସ୍ଥିତ ଛାତ୍ରୀ ବର୍ଷାରାଣୀ ବେହେରା ସ୍ୱାମୀଜୀଙ୍କ ଜୀବନାଦର୍ଶ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ । ସବୁଜବାହିନୀର ମାର୍ଗଦର୍ଶକ ଅକ୍ଷୟ କୁମାର ନାୟକ ସ୍ୱାମୀଜୀଙ୍କ କର୍ତ୍ତବ୍ୟନିଷ୍ଠା, ଦେଶସେବା ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଶତପଥୀ, ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ, ନରେନ୍ଦ୍ର ପ୍ରସାଦ ସାହୁ, ସମରେନ୍ଦ୍ର ନାଥ ମିଶ୍ର ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସ୍ୱାମୀଜୀଙ୍କ ଆଦର୍ଶ ଜୀବନ ଓ ଚିକାଗୋ ଧର୍ମସଭାରେ ସ୍ୱାମୀଜୀଙ୍କ ଦିବ୍ୟ ଦର୍ଶନ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ବହୁ ଉପଦେଶ ଦେଇଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ମଲ୍ଲିକ ଛାତ୍ରଛାତ୍ରୀଙ୍କୁ ବିବେକାନନ୍ଦଙ୍କର ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହେବା ପାଇଁ ଉପଦେଶ ଦେଇଥିଲେ । ପରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ ମୁରାଦ ଅଲ୍ଲୀ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.