Home ଜିଲ୍ଲା ପରିକ୍ରମା ଭଦ୍ରକ : କନ୍ୟାଶ୍ରମକୁ ଅର୍ଥଦାନ

ଭଦ୍ରକ : କନ୍ୟାଶ୍ରମକୁ ଅର୍ଥଦାନ

32

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକର ଚଣ୍ଡିଗାଁ ପଞ୍ଚାୟତ ପଗଡ ଗ୍ରାମ ସ୍ଥିତ ମାନବବାଦୀ କନ୍ୟାଶ୍ରମକୁ ୠାନ୍ଧୀ ବିଚାରମଞ୍ଚ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଶ୍ରମରେ ୨୫ଜଣ ୫ ବର୍ଷରୁ ୧୬ ବର୍ଷ ପର୍ଯ୍ୟନ୍ତ ଅସହାୟା ପିତୃମାତୃହୀନା କନ୍ୟା ରହି ନିଜର ଜୀବନ ନିର୍ବାହ କରୁଛନ୍ତି । ଗାନ୍ଧୀ ବିଚାରମଞ୍ଚର ସମ୍ପାଦକ ଶାନ୍ତନୁ ମହାପାତ୍ର, ଅନ୍ୟ ସଭ୍ୟ ପ୍ରଫେସର ରାଜକିଶୋର ସାହୁ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ପଦ୍ମନାଭ ପାଢୀ, ଡା. ସୁରଥ କୁମାର ବିଶ୍ୱାଳ, ଡା. ରମେଶ ଚନ୍ଦ୍ର ସାହୁ, ବାସୁଦେବ ବାରିକ, ବିମ୍ବାଧର ବ୍ରହ୍ମ, ନରୋତ୍ତମ ପରିଡା, ନରେନ୍ଦ୍ର କୁମାର ଦାସ, ଶୋଭାରାଜ କୁନ୍ତଳ, ଅଜୟ କୁମାର ମହାପାତ୍ର, ଡ. ରାମଚନ୍ଦ୍ର ପଣ୍ଡା, ଉଦୟନାଥ ମହାନ୍ତି, ମାନସ କୁମାର ଲେଙ୍କା, ଦେବେନ୍ଦ୍ର ନାଥ ସ୍ୱାଇଁ, ଜନ୍ମୟ କୁମାରୀ ସାହୁ, ବୈଲୋଚନ ବେହୁରିଆ, ରବିନ୍ଦ୍ର କୁମାର ସାହୁ ପ୍ରମୁଖ କନ୍ୟାଶ୍ରମରେ ପହଞ୍ଚି ଅର୍ଥରାଶି ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଆଶ୍ରମ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅକ୍ଷୟ କୁମାର ମିଶ୍ର ପୌରୋହିତ୍ୟ କରିଥିଲେ । ମଂଚ ପକ୍ଷରୁ ପ୍ରତିମାସ କିଛି କିଛି ଅର୍ଥ ସଂଗ୍ରହ କରାଇ ଉକ୍ତ ଆଶ୍ରମକୁ ପ୍ରଦାନ କରାଯିବ ବୋଲି ମଂଚ ପକ୍ଷରୁ ସଭାରେ ଘୋଷଣା କରାଯାଇଥିଲା । ସଭାରେ ସମ୍ପାଦକ ପଞ୍ଚାନନ କର, ଶାନ୍ତନୁ ରାଉତ, କ୍ଷୀରୋଦ ମିଶ୍ର, ରଂଜନ ସାହୁ, ପଦ୍ମନାଭ ପାଢୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କପିଳ ଚନ୍ଦ୍ର ବାରିକ ଧନ୍ରବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.