ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳି ବନ୍ତ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଆଜି କାଦବରାଙ୍ଗର ପଚାଂୟତ କଳ୍ୟାଣ ମଣ୍ଡପ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ମଂଚର ବ୍ୟାନରରେ ବିଧାନସଭା ନେତାଙ୍କ ଫଟୋ ନଥିବାରୁ ସେ ଅସନ୍ତୋଷ ଝାଡ଼ି ବୈଠକରୁ ଦୂରେଇ ରହିଥିବା ବେଳେ କିଛି ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତା ସମର୍ଥନ ଜଣାଇ ଫେରିଯାଇଥିବା ଜଣା ପଡ଼ିଛି। ଯାହାକୁ ନେଇ ଆଗାମୀ ଦିନରେ ଏଠାରେ ବିଜେପି ବିବାଦ ବଢିବ ବୋଲି ବୁଦ୍ଧିଜିବି ମହଲରେ ଆଲୋଚନା ହେଉଛି। ଦଳର ସାଗଂଠନିକ ମଣ୍ଡଳ ବୈଠକ ରବିବାର ଆହ୍ୱାନ କରାଯାଇଥିଲା। ଏଥିରେ ମଣ୍ଡଳ କମିଟିରେ ୧୬ଜଣ,ମଣ୍ଡଳ ପ୍ରମୁଖ ଓ ସହ ପ୍ରମୁଖ ୧୬ଜଣ,କାର୍ଯ୍ୟକାରିଣୀ ସଦସ୍ୟ ୪୫ଜଣ,ବରିଷ୍ଠ କାର୍ଯ୍ୟକର୍ତା ୨୪ଜଣ,ବୁଥ ସଭାପତି ୫୩ଜଣଙ୍କୁ ମିଶାଇ ୧୫୪ଜଣଙ୍କୁ ଡ଼କାଯାଇଥିଲା। ଏ ନେଇ ଆୟୋଜିତ ସଭାକୁ ମଣ୍ଡଳ ସଭାପତି ସନ୍ତୋଷ ନାୟକଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକ ଆନନ୍ଦ ଚନ୍ଦ୍ର ଓଝା ମଂଚ ସଂଚାଳନ କରିଥିଲେ। ଏଥିରେ ଜିଲ୍ଲା ସଭାପତି ଭଗବାନ ପଣ୍ଡା,ଉପସଭାପତି ଅମୁଲ୍ୟ ନାୟକ,ତପସ୍ୱନୀ ମହାପାତ୍ର,ସାଧାରଣ ସମ୍ପାଦକ ତପନ ମହାନ୍ତି,ସମ୍ପାଦକ କିଶୋର କିଙ୍କର ପଢିଆରୀ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ପୂର୍ବତନ ସରପଚଂ ପଙ୍କଜିନି ଲେଙ୍କା ପ୍ରମୁଖ ମଂଚାସିନ ଥିଲେ। ବୈଠକରେ ସାଗଂଠନିକ ଆଲୋଚନା କରାଯାଇଥିଲା। ତେବେ ଗତ ନିର୍ବାଚନରେ ବିଧାନସଭାରୁ ପାର୍ଥୀ ହୋଇ ଦଳୀୟ ସଂଘଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ନିଭାଉଥିବା ଡ଼ଃ ସୁଧାଂଶୁ ଶେଖର ନାୟକ ବୈଠକ ସ୍ଥଳରୁ ଫେରିଯିବା ଏବଂ ଦଳର ଗଣିଜାଙ୍ଗ ସଭାପତି ବିଜୟ ପ୍ରଧାନ,ବନ୍ତ ସଭାପତି କୃପାସିନ୍ଧୁ ସେଠୀ,ଟିଲୋ ସଭାପତି ଲକ୍ଷ୍ମୀଧର କର ଅନୁପସ୍ଥିତିକୁ ନେଇ ଆଗାମୀ ଦିନର ବିଜେପି ବିବାଦ ବୃଦ୍ଧି ପାଇବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆଲୋଚନା କରୁଛନ୍ତି। ତେବେ ଏ ନେଇ ଦଳର ବିଧାନସଭା ନେତାଙ୍କ ମତାମତ ମିଳିପାରିନଥିବା ବେଳେ ଦଳୀୟ ଅସନ୍ତୋଷ ଦଳ ଭିତରେ ସମାଧାନ କରାଯିବ ବୋଲି ଜନୈକ ପଦାଧିକାରୀ କହିଛନ୍ତି।








