Home ଜିଲ୍ଲା ପରିକ୍ରମା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

0

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଳାଶଗଢିଆ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ମୋଟ କନିଷ୍ଠ ଓ ବରିଷ୍ଠ ବିଭାଗରେ ୧୦୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଆୟୋଜିତ ସଭାକୁ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ଼ ପୌରହିତ୍ୟ କରିଥିଲେ। ଏଥିରେ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରଫେସର ଡ଼ଃ ପୂର୍ଣ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଶିକ୍ଷାବିତ ସୁମତୀ ସାହୁ,ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ୱର ପଣ୍ଡା ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ବିଚାରକ ଭାବେ ସୁବାସ ଚନ୍ଦ୍ର ପଣ୍ଡା,ବିବେକାନନ୍ଦ ପାଣିଗ୍ରାହି,ରଶ୍ମିରଞ୍ଜନ ସାମଲ,ଭାଗ୍ୟଶ୍ରୀ ମହନ୍ତ ଓ ଅବିନାଶ ତ୍ରିପାଠୀ ଦାୟିତ୍ୱ ତୁଳାଇ ଥିଲେ। ରସାୟନ ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ବିଶ୍ୱାଳଙ୍କ ସଂଯୋଜନାରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରହ୍ଲାଦ ମହାକୁଡ଼ କାର୍ଯ୍ୟକ୍ରମକୁୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ଶିକ୍ଷାକର୍ମଚାରି ସହଯୋଗ କରିଥିଲେ। ଶେଷରେ ରତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.