ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ “ସୁରଭି’ରେ ଧାମନଗର ବ୍ଲକ ଅସୁରାଳି ଦେଶବନ୍ଧୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୁପ୍ରଭା ନାଥ ସଙ୍ଗୀତରେ ପ୍ରଥମ ହୋଇଛନ୍ତି।ସ୍ଥାନୀୟ ଦେଶବନ୍ଧୁ ବିଦ୍ୟାଳୟର ପଂଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁପ୍ରଭା ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗିତାର ସଙ୍ଗୀତ ବିଭାଗରେ ଦେଶାତ୍ମବୋଧକ “ଗୀତ ପୂଣ୍ୟମୟୀ ଗୋ ପୂଣ୍ୟ ତୋ କୋଳେ ଅରଜିଛି ଯେଉଁ ଯଶ’ପରିବେଷଣ କରିଥିଲେ।ଏହି ସଙ୍ଗୀତ ମାଧ୍ୟମରେ ସୁପ୍ରଭା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ଶ୍ରେଷ୍ଠ ବିବେଚିତ ହୋଇ ଅତିଥୀ ଏବଂ ଅଧିକାରୀଙ୍କ ନିକଟରୁ ସମ୍ବର୍ଦ୍ଧିତ ହୋଇଛନ୍ତି।ନିକଟସ୍ଥ ଗୋବିନ୍ଦପୁର ଗ୍ରାମର ସଙ୍ଗୀତକାର କୃପାସିନ୍ଧୁ ନାଥଙ୍କ ଝିଅ ସୁପ୍ରଭା ଜଣେ ମେଧାବୀ ଛାତ୍ରୀ ରହିବା ସହ ସଙ୍ଗୀତ କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସମ୍ଭାବନା ରୂପେ ଉଭା ହୋଇଛନ୍ତି।ତାଙ୍କର ଏହି କୃତିତ୍ୱ ପାଇଁ ସ୍ଥାନୀୟ ଅଂଚଳରେ ଖୁସି ପ୍ରକାଶ ପାଇଛି।








