Home ଜିଲ୍ଲା ପରିକ୍ରମା ହିଙ୍ଗୁଳା କୋଇଲାଖଣିର ପରିତ୍ୟକ୍ତ ଜଳାଶୟରୁ ଯୁବକଙ୍କ ଶବ ଉଦ୍ଧାର

ହିଙ୍ଗୁଳା କୋଇଲାଖଣିର ପରିତ୍ୟକ୍ତ ଜଳାଶୟରୁ ଯୁବକଙ୍କ ଶବ ଉଦ୍ଧାର

56

ତାଳଚେର,୨୮/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌ସିଏଲ ହିଙ୍ଗୁଳା କୋଇଲାଖଣିର ଏକ ପରିତ୍ୟକ୍ତ ଜଳାଶୟରୁ ଜଣେ ଯୁବକଙ୍କ ଭାସମାନ ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ କୁମୁଣ୍ଡା ପଂଚାୟତର ଋଷି କୁମାର ସାହୁଙ୍କ ପୁତ୍ର ରାଜକିଶୋର ସାହୁ(ବୟସ-୪୨ ବର୍ଷ) । ସୂଚନାରୁ ପ୍ରକାଶ, ଗତକାଲି ରାଜକିଶୋର ଘରୁ କେଉଁ ଆଡକୁ ଚାଲିଯାଇଥିବା ବେଳେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଘରଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି କରିବା ସତ୍ୱେ ତାଙ୍କର କୌଣସି ପତା ନ ମିଳିବାରୁ ସ୍ଥାନୀୟ ଫାଣ୍ଡିରେ ଏତଲା ଦେଇଥିଲେ । ଆଜି ସକାଳୁ ଶ୍ରୀ ସାହୁଙ୍କର ଶବ ପରିତ୍ୟକ୍ତ ଜଳାଶୟରେ ଭାସୁଥିବାର ଦେଖି ସ୍ଥାନୀୟ ବାସିନ୍ଦାମାନେ ଗୋପାଳପ୍ରସାଦ ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ଘଟଣାର ଅନୁଧ୍ୟାନ କରିଥିଲା । ମୃତ ପରିବାରକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ହିଙ୍ଗୁଳା କୋଇଲାଖଣିର ଶାଳବଣିଆସ୍ଥିତ ପରିବହନ ରାସ୍ତା,ଟାଇମ ଅଫିସ୍ ତଥା ଖଣିର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିବାରୁ ଖଣିର ଉତ୍ପାଦନ ଓ ପରିବହନ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ କୁମୁଣ୍ଡା ସରପଂଚ ବିରଂଚି ସାହୁ,ସମିତି ସଭ୍ୟ ପନ୍ନଗ ଭୂଷଣ ବେହେରା,ରାଜେନ୍ଦ୍ର କୁମାର ସିଂହ,ସନ୍ତୋଷ କୁମାର ପ୍ରଧାନ,ଭୂବନ ବିଶ୍ୱାଳ,ନରହରି ସାହୁ ପ୍ରମୁଖଙ୍କ ସହ ହିଙ୍ଗୁଳା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମାଧାନୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଦେବା ସହ ଏକ ଘରୋଇ କମ୍ପାନୀରେ ମୃତକଙ୍କ ସ୍ତ୍ରୀକୁ ନିଯୁକ୍ତି ଦେବାକୁ ଖଣି କର୍ତୃପକ୍ଷ ପ୍ରତିଶ୍ରୃତି ଦେବାରୁ ମଧ୍ୟାହ୍ନ ୧୨ଟା ବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହାପରେ ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.