Home କେନ୍ଦୁଝର ହାଟଡିହି ତହସିଲ ପକ୍ଷରୁ ଭୁମୀହୀନଙ୍କୁ ପଟ୍ଟା ବଣ୍ଟନ

ହାଟଡିହି ତହସିଲ ପକ୍ଷରୁ ଭୁମୀହୀନଙ୍କୁ ପଟ୍ଟା ବଣ୍ଟନ

36

ହାଟଡ଼ିହି, ୨୬/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ତହସିଲ ପକ୍ଷରୁ ବସୁନ୍ଧରା ଯୋଜନାରେ ଭୁମୀହୀନ ମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଆଜି ତହସିଲଦାର କିର୍ତ୍ତନ ବିହାରୀ ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ବିଡିଓ ଜୟଦେବ ଦାସ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ବସୁନ୍ଧରା ଯୋଜନାରେ ସଢ଼ା ଓ ସମଣା ସର୍କଲର ୮୫ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଏହାଦ୍ୱାରା ଭୁମୀହୀନ ଲୋକମାନେ ବିଭିନ୍ନ ସରକାରୀ ଯୋଜନାରେ ବିଶେଷଭାବେ ପ୍ରମାଣପତ୍ର ପାଇ ଉପକୃତ ହୋଇପାରିବେବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ନାଜର ଶ୍ରୀକାନ୍ତ ଜେନା, ମାନସ କୁମାର ସାହୁ, ଅଚ୍ୟୁତାନନ୍ଦ ଦାସ, ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁର, ସୁଶାନ୍ତ କୁମାର ସାମଲ, ମାନସ ରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.