ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ହଜଯାତ୍ରା ସମ୍ପନ୍ନ କରି ଭଦ୍ରକ ଜିଲ୍ଲାରୁ ଯାଇଥିବା ହାଜି ସାହେବମାନେ ଆଜି ନିଜ ଜନ୍ମମାଟି ଭଦ୍ରକକୁ ଫେରିଛନ୍ତି। ଏହି ଅବସରରେ ଭଦ୍ରକ ରେଳବାଇ ଷ୍ଟେସନରେ ସେମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବାସହ ଏହି ପବିତ୍ର ଯାତ୍ରା ସଫଳତାର ସହ ସମ୍ପନ୍ନ କରି ଫେରିଥିବା ହାଜିମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ଅନୁଭୂତି ବଂଟାଯାଇଛି। ଆଲ୍ଲାହଙ୍କ ପ୍ରତି ଅତୁଟ ଭକ୍ତି, ତ୍ୟାଗ ଓ ଆଧ୍ୟାତ୍ମିକ ସାଧନାର ପ୍ରତୀକ ଏହି ପବିତ୍ର ହଜଯାତ୍ରା ସମସ୍ତଙ୍କ ଜୀବନରେ ଶାନ୍ତି, ସଦ୍ଭାବନା ଓ ଭାଇଚାରାର ବାର୍ତା ପ୍ରସାର କରୁ। ସମସ୍ତ ହାଜି ସାହେବମାନଙ୍କ ସୁସ୍ଥ, ସୁଖୀ ଓ ମଙ୍ଗଳମୟ ଜୀବନ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପୌରାଧ୍ୟକ୍ଷ ଗୁଲୁମୁଖି ହବିବ, ପାରିଷଦ ଦିଲିପ ନାୟକ, ପାରିଷଦ ଙ୍କ ପ୍ରତିନିଧି ପଙ୍କଜ ବଳ, ରଘୁନାଥ ପଣ୍ଡା, ସୁଶାନ୍ତ ଦାସଙ୍କ ସମେତ ଅନ୍ୟ ବରିଷ୍ଠ ବ୍ୟକ୍ତି ଓ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।








