Home ଜିଲ୍ଲା ପରିକ୍ରମା ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଶ୍ରୀନାଥ ଜେନାଙ୍କ ପୁତ୍ର ବିୟୋଗ

ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଶ୍ରୀନାଥ ଜେନାଙ୍କ ପୁତ୍ର ବିୟୋଗ

24

ଯାଜପୁର ୨୦।୧୨ (ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) : ଯାଜପୁର ଜିଲ୍ଲା କଟିକଟା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶା ଖଣି ନିଗମର ଭୂତତ୍ୱବିତ ଭାବେ କାର୍ଯ୍ୟରତ ସୁପ୍ରତ୍ୟୁଷ ଜେନା (୨୭)ଙ୍କର ପରଲୋକ ଘଟିଛି। ଏକ ସରକାରୀ କାର୍ଯ୍ୟରେ ଶ୍ରୀଜେନା ଏକ ସ୍କୁଟିରେ ବାଲିଚନ୍ଦ୍ରପୁର ଯାଇଥିବା ବେଳେ ଏକ ଡମ୍ଫର ତାଙ୍କୁ ଧକ୍କା ମାରିଥିଲା ଫଳରେ ଆହତ ସୁପ୍ରତ୍ୟୁଷ ରାସ୍ତାରେ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନଡିଆ ସାହସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁପ୍ରତ୍ୟୁଷ ରାଜ୍ୟର ବରିଷ୍ଠ ସାମ୍ବାଦିକ ତଥା “ସକାଳ”ଖବର କାଗଜର ସହ-ସମ୍ପାଦକ ଶ୍ରୀନାଥ ଜେନା ଏବଂ ମାତା ଓଡ଼ିଶା ଖଣି ନିଗମର ବରିଷ୍ଠ ଅର୍ଥ ଅଧିକାରୀଙ୍କ ଏକମାତ୍ର ପୁତ୍ର।

ଘଟଣା ମୁତାବକ ସୁପ୍ରତ୍ୟୁଷ ସରକାରୀ କାର୍ଯ୍ୟରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଯାଇଥିବା ବେଳେ କଟିକଟା ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା।

ସ୍ୱର୍ଗତ ସୁପ୍ରତ୍ୟୁଷ ଜଣେ ମେଳାପୀ ଏବଂ ପରୋପକାରୀ ଯୁବକ ହୋଇଥିବା ବେଳେ ତାଙ୍କର ଏପରି ଆକସ୍ମିକ ପରଲୋକ ସ୍ଥାନୀୟ ଲୋକଙ୍କର ସହଜରେ ବିଶ୍ୱାସ ହେଉନାହିଁ। ସୁପ୍ରତ୍ୟୁଷଙ୍କ ପରଲୋକ ଖବର ପାଇ ସମଗ୍ର ଯାଜପୁର ଜିଲାରେ ଶୋକର ଛାୟା ଖେଳିଯାଇଛି।

ଯାଜପୁର ରୋଡ କୋରାଇ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସୂର୍ଯ୍ୟପ୍ରଭା ଜିଲ୍ଲା ସାମ୍ବାଦିକ ଶରତ ପଥାଳ, ବରିଷ୍ଠ ସାମ୍ବାଦିକ ବିରଞ୍ଚିନାରାୟଣ ପୁତ୍ରୀ, ସାମ୍ବାଦିକ ସତୃଘନ ପଣ୍ଡା, ଭାସ୍କର ସାହୁ, ସମାଜସେବୀ ହିମାଂସୁ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦ୍ ଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.