Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ର ଅର୍ଥ ବୁଝିନାହାଁନ୍ତି ସ୍ୱାଭିମାନ ଅଚଂଳବାସି,ବାହାର ରାଜ୍ୟରେ ଦାଦନ ଖଟିଲେ ପେଟକୁ ଦାନା ମିଳେ

ସ୍ୱାଭିମାନ ର ଅର୍ଥ ବୁଝିନାହାଁନ୍ତି ସ୍ୱାଭିମାନ ଅଚଂଳବାସି,ବାହାର ରାଜ୍ୟରେ ଦାଦନ ଖଟିଲେ ପେଟକୁ ଦାନା ମିଳେ

74

ମାଲକାନଗିରି,୬ା୪ (ଓଡିଆ ପୁଅ ) ) ସ୍ୱାଭିମାନର ଅର୍ଥ ବୁଝିନାହାଁନ୍ତି ସ୍ୱାଭିମାନ ଅଚଂଳବାସୀ ,ବାହାର ରାଜ୍ୟରେ ଦାଦନ ଖଟିବାକୁ ଗଲେ ସେମାନଙ୍କ ପେଟକୁ ଦାନା ମିଳେ ବୋଲି ସ୍ୱାଭିମାନ ଅଚଂଳଗସ୍ତରେ ଆସିଥିବା ରାଜ୍ୟ ସିପିଆଇ ବରିଷ୍ଠ ନାରୀ ନେତ୍ରୀ ବନଲତା ଜେନା କହିଛନ୍ତି । ଗତ ଦୁଇଦିନ ହେଲା ସପିଆଇ ରାଜ୍ୟ ନେତ୍ରୀ ଶ୍ରୀମତୀ ଜେନା ମାଲକାନଗରି ଜିଲ୍ଲାଗସ୍ତରେ ଆସି ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ରାଲେଗଡା, ପାପପରମେଟଲା,ଜାନବାଇ ଅଚଂଳ ପରିଦର୍ଶନକରି ସେ ଅଚଂଳର ଗ୍ରାମବାସୀମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ରାଜ୍ୟ ବରିଷ୍ଠ ସିପିଆଇ ନେତ୍ରୀ ଶ୍ରୀମତୀ ଜେନା ପରିଣତ ବୟସରେ ଘାଟି ଚଢି ଚାଲି ଚାଲି ସ୍ୱାଭିମାନ ଅଚଂଳର ପାପରମେଟଲା, ଜାନବାଇ ଅଚଂଳ ଗସ୍ତ କଲାବେଳେ ଜଣେ ବୃଦ୍ଧା ମା ତାଙ୍କ ଅଚଂଳକୁ ଆସି ସେମାନଙ୍କ ସୁଖ ଦୁଃଖ କଥା ବୁଝୁଥିବାର ଦେଖି ଖୁସି ହୋଇ ସେଠାକାର ଆଦିବାସୀ ମହିଳା ଓ ପୁରଷ ମାନେ ଫୁଲମାଳ ପକାଇ, ଚନ୍ଦନ ଚାଉଳ ଟିପା ମୁଣ୍ଡରେ ମାରି ଗାଁ ଭିତରକୁ ପାଛୋଟିନେଇଥିଲେ । ଶ୍ରୀମତୀ ଜେନା ବିଭିନ୍ନ ଅଦିବାସୀ ଗ୍ରାମଗସ୍ତକରି ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରିବୁଝିଥିଲେ । ଚିରଅବହେଳିତ ହୋଇ ରହିଥିବା ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଜାନବାଇଠାରେ ଗୁରୁପ୍ରୀୟା ନଦୀରେ ଗୁରୁପ୍ରୀୟା ସେତୁ ଉଦଘାଟନକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନମାୟକ ବିଛିନ୍ନାଚଂଳକୁ ସ୍ୱାଭିମାନ ଅଚଂଳଭାବେ ଘୋଷଣା କରି ସେ ଅଚଂଳର ବିକାଶପାଇଁ ଇତି ମଧ୍ୟରେ ୨କୋଟି ଟଙ୍କାର ଆର୍ଥ ବ୍ୟୟବରାଦ କରିଛନ୍ତି । ହେଲେ ଏବେ ବି ସେ ଅଚଂଳବାସି ଅବହେଳିତ ହୋଇ ରହିଛନ୍ତି, ବୃହତ ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟରେ ଥାଇ ମଧ୍ୟ ସେମାନଙ୍କୁ ବିଷୁଦ୍ଧପାନୀୟ ଜଳ ଟୋପାଏ ମିଳିଲା ନାହିଁ,ରାସ୍ତାଘାଟ,ସ୍ୱାସ୍ଥ୍ୟସେବା,ପାନୀୟଜଳ ସମସ୍ୟା ସହିତ ବିଭିନ୍ନ ସମସ୍ୟା ଲାଗିରହିଛି । ସରାକାର ସ୍ୱାଭିମାନ ଅଚଂଳ ଭାବେ ଘୋଷଣା କଲେ ହେଲେ ସ୍ୱାଭିମାନର ମାନେ କଣ ବୁଝନ୍ତି ନାହିଁ ସେ ଅଚଂଳବାସୀ, ଗୁରୁପ୍ରୀୟା ସେତୁ ନିକଟ ବର୍ତି କିଛି ଗ୍ରାମକୁ ଛାଡିଦେଲେ ପୁବ ର୍ପରି ଅନେକ ଗ୍ରାମ ଏବେ ବି ବିଛିନ୍ନ ହୋଇରହିଛି, ସେମାନେ ବିପଦ ସଂଙ୍କୁଳ ଜଳପଥରେ ହିଁ ଜାତାୟତ କରିଥାନ୍ତି । ଅଇନେକ ଗ୍ରାମବାସୀ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥାନ୍ତି.ଦେଶ ସ୍ୱାଧିନତାର ୭୪ବର୍ଷ ରେ ପହଁଚିଥିଲେ ମଧ୍ୟ ଏବେ ବି ବିଛିନ୍ନାଚଂଳବାସୀ ଜଳବନ୍ଦି ଜୀବନ ବିତାଉଛନ୍ତି,ଜଳଭଣ୍ଡାର ନିର୍ମାଣ ପାଇଁ ବିସ୍ତାପିତ ହୋଇଥିବା ଗ୍ରାମବାସୀ ମାନଙ୍କୁ ଘରବାଡି ଓ ଜମିପଟା ମିଳିପାରିଲା ନାହିଁ,ଜମି ପଟା ନଥିବାରୁ ସ୍ଥାୟୀବାସିନ୍ଦା,ଜାତିଗତ ପ୍ରମାଣ ପତ୍ର ପାଇପାରୁ ନହାଁନ୍ତି .ସେମାନେ ଓ ତାଙ୍କ ପିଲାମାନେ ବିଭିନ୍ନ ସରକାରି ସୁବିଧାରୁ ବଚିଂତ ହେଉଛନ୍ତି । ସ୍ୱାଭିମାନ ଅଚଂଳବାସୀଙ୍କ ସ୍ୱାଭିମାନର କଥା ବୁଝି ସେମାନଙ୍କୁ ସମସ୍ତପ୍ରକାର ସରକାରି ସୁବିଧା ସୁଯୋଗ ତୁରନ୍ତ ବ୍ୟବସ୍ଥା କରାନଗଲେ ଆଗାମି ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ଦଳ ପକ୍ଷରୁ ô ଆନ୍ଦୋଳନ ର ଡାକରା ଦିଆଯିବ ବୋଲି ରାଜ୍ୟ ସିପିଆଇ ନେତ୍ରୀ ଶ୍ରୀମତୀ ଜେନା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଚିତ୍ରକୋଣ୍ଡା ଓ ମାଥିଲି ଠାରେ ସିପିଆଇ ଦଳର ଜିଲ୍ଲାସଂପାଦକ ହଳଧରପୂଜାରୀ ଙ୍କ ଅଧ୍ୟକ୍ଷତାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲାପରିଷଦ କାର୍ଯ୍ୟକାରୀ ସଭାଅନୁଷ୍ଟିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ସପିଆଇ ବରିଷ୍ଠ ନାରୀନେତ୍ରୀ ବନଲତା ଜେନା ଯୋଗଦେଇ ଜନସାଧରଣଙ୍କୁ ଉଦବୋଧନ ଦେବା ସହିତ ଜିଲ୍ଲାର ଗଣ ପାଠିଂ ଅଭିଯାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିପିଆଇ ସହ ସଂପାଦକ ହରି ଓଡି,ଜିଲ୍ଲା ସପିଆଇ ମହିଳାନେତ୍ରୀ ରୁକ୍ମଣି ପୂଜାରୀ,ଜିଲ୍ଲାକମିଟି ସଦସ୍ୟ ତ୍ରିପତି ଖିଲ,ମିନୁଖରା,ଜୟରାମ ଟାଙ୍ଗୁଲ ପ୍ରମୁଖ ସିପିଆଇ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ସପିଆଇ ପାର୍ଟି ପ କ୍ଷରୁ ଜିଲ୍ଲାର ବିଭିନ୍ନ ଜୋନରେ ଗଣପାଠିଂ ଅଭିଯାନ ଆରମ୍ଭ ହୋଇଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.